-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଥମ ସେମିଫାଇନାଲ ଖେଳ ସିସିଏଫ୍ଏ ବଲାଙ୍ଗିର ବନାମ ବିଏନ୍ଏଏ ଜରାସିଂହା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ଡ୍ର ରହିଥିଲା । ଟ୍ରାଇବ୍ରେକର ୫-୩ ଗୋଲରେ ସିସିଏଫ୍ଏ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ରମେଶ ଚନ୍ଦ୍ର ପୁରୋହିତ, ସୁଧିର ଚନ୍ଦ୍ର ପଣ୍ଡା, କାଉନସିଲ ସଦସ୍ୟ ଜୟରାମ ମିଶ୍ର, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ସଦସ୍ୟ ଗୌର ଚରଣ ପୁରୋହିତ, ରବିନ୍ଦ୍ର କୁମାର ମିଶ୍ର, ଶରତ କୁମାର ନନ୍ଦ, କୈଳାସ ଚନ୍ଦ୍ର କର୍ତ୍ତି, ଖେଳାଳି ଚୟନ କମିଟି ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଓ ଶ୍ରୀକାନ୍ତ ରାଉତ ମଂଚାସିନ ଥିଲେ । ଖେଳକୁ ସଂଜିବ ମହାରଣା, ସୁଧାଂଶୁ ସେଠ, ଜିତୁ ପାତ୍ର ଓ ଅବଦୁଲ ମୁଜିବ ରେଫରି ଦାୟିତ୍ୱ ତୁଳାଇଥିବା ବେଳେ ସୁନିଲ ଚନ୍ଦ୍ର ବିଶ୍ୱାଲ ମ୍ୟାଚ କମିଶନର ଥିଲେ । ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୨୩ ତାରିଖ ରିଜର୍ଭ ପୋଲିସ ବଲାଙ୍ଗିର ବନାମ କେଏଫ୍ସି କଣ୍ଟାବାଞ୍ଜି ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ ବୋଲି କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ସୂଚନା ଦେଇଛନ୍ତି । ସେହିପରି ୨୪ ତାରିଖରେ ଗାନ୍ଧୀ ଷ୍ଟାଡିୟମ ଠାରେ ଚୁଡାନ୍ତ ଫାଇନାଲ ଖେଳ ହେବ ।