-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2024
ବଙ୍ଗୋମୁଣ୍ଡା/ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ଅନ୍ତର୍ଗତ ଜାମତରା ଗ୍ରାମରେ ଗୋଟିଏ ଦିନ ମଧ୍ୟରେ ୧୦ ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ରୋଗୀ ମାନଙ୍କ ମଧ୍ୟରେ ଖବର ଲେଖା ଯିବା ପର୍ଯ୍ୟନ୍ତ ଟିଟିଲାଗଡ଼ ନୁଆ ଓ ପୁରୁଣା ଦୁଇ ହସ୍ପିଟାଲରେ ୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଖବର ମିଳିଛି। ଜଣେ ବଲାଙ୍ଗୀର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖବର ମିଳିଛି। ଖବର ଲେଖା ହେବା ସମୟରେ ମଧ୍ୟ ଠେମରା ଗ୍ରାମରେ ଆକ୍ରାନ୍ତ ମାନଙ୍କୁ ହସ୍ପିଟାଲ ନେବାପାଇଁ କିଛି କିଛି ସମୟ ବ୍ୟବଧାନରେ ପାଞ୍ଚଟି ଆମ୍ବୁଲାନ୍ସ ପହଞ୍ଚିଥିବା ଖବର ମିଳିଛି। ପ୍ରାୟ ୧୫ ରୁ ୨୦ ଆକ୍ରାନ୍ତ ସିନ୍ଧେକେଲା , ଟିଟିଲାଗଡ଼ , ବଲାଙ୍ଗୀର, କଣ୍ଟାବାଞ୍ଜି, ଖଡ଼ିଆଳ, ଭବାନୀପାଟଣା ରେ ଚିକିତ୍ସିତ ହେଉଛନ୍ତି। ଅଧିକ ଆକ୍ରାନ୍ତ ଟିଟିଲାଗଡ଼ ଯାଇଥିବା ଖବର ମିଳିଛି।
ତେବେ ଏ ନେଇ ସିନ୍ଧେକେଲା ଏମ ଓ ଆଇସି ଜୟନ୍ତ ବାଗ ଙ୍କୁ ପଚାରିବାରୁ ସେ ଗତକାଲି କିଛି ରୋଗୀ ଆସିଥିଲେ ହେଲେ ସେମାନେ ଡାଇରିଆ ଜନିତ ଆକ୍ରାନ୍ତ ନ ଥିଲେ ବରଂ ଫୁଡ୍ ପଏଜନିଙ୍ଗ ବୋଲି କହିଥିଲେ। ତେବେ ଏହାକୁ ନେଇ ଗାଁ ରେ ଏକ ଅଜଣା ଭୟର ବାତାବରଣ ରହିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସ୍ଥିତି ସ୍ବାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।