-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ନୂଆଦିଲ୍ଲୀ (ପ୍ରେରଣା ଖବର): ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗାଜିଆବାଦରେ ଥିବା ଏକ ଶ୍ମଶାନର ଛାତ ଭୁଶୁଡ଼ିପଡ଼ିବାରୁ ଅନେକ ଲୋକ ମୃତହାତ ହୋଇଛନ୍ତି। ଘଟଣା ପରେ ପରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଏବେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ବେଳେ ମୃତ୍ୟୁକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରୁଛି ପୁଲିସ। ଗାଜିଆବାଦ ପୁଲିସ ଷ୍ଟେସନର ମୁରାଦନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଭୁଶୁଡ଼ିଥିବା କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା କହିିଛି ପୁଲିସ। ଏହା ସହ ଖବର ପାଇ ଗାଜିଆବାଦ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସେ କହିଛନ୍ତି ।
ସୂଚନା ମୁତାବକ, ଆଜି ସକାଳେ ମୁରାଦନଗରର ଶ୍ମଶାନକୁ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିଲେ। ଲଗାଣ ବର୍ଷା ହେତୁ ଏହି ଲୋକମାନେ ଛାତ ତଳେ ଠିଆ ହୋଇଥିବା ବେଳେ ହଠାତ ଛାତ ଭୁଶୁଡ଼ି ପଡ଼ିଥିଲା। ପୁଲିସ ଏବଂ ଏନଡିଆରଏଫ ଟିମ୍ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିବା ସହ ଏ ପର୍ଯ୍ୟନ୍ତ ୧୬ ଜଣଙ୍କର ମୃତଦେହ ଉଦ୍ଧାର କରିସାରିଛନ୍ତି। ଏବେ ଫସି ରହିଥିବା ଅନ୍ୟ ଲୋକଙ୍କୁ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି।