-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ସୁନ୍ଦରଗଡ଼ (ବିଜୟ ବରୁଆ): ପୁଣି କାଳ ହେଲା ସେଲଫି। ସେଲଫି ନେବା ବେଳେ ନଦୀ ଭିତରକୁ ଖସି ପଡ଼ିଲେ ଯୁବତୀ। ଯୁବତୀ ଜଣକ ହେଉଛନ୍ତି ଅନୁପମା ପ୍ରଜାପତି ଏବଂ ତାଙ୍କ ଘର ରାଜଗାଙ୍ଗପୁର କୁମ୍ଭାରପଡା ଅଞ୍ଚଳରେ। ଯୁବତୀ ଜଣକ ପିକନିକ୍ ମନାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଇବ୍ ନଦୀ ଉପରେ ଥିବା କନାକୁଣ୍ଡା ଠାରେ ଏକ ପଥର ଉପରେ ଛିଡ଼ା ହୋଇ ସେଲଫି ନେଉଥଲା। ହଠାତ୍ ଏହି ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ପାଣିରେ ବୁଡ଼ି ଯାଇଥିଲେ। ଯୁବତୀ ଜଣକ ବର୍ତ୍ତମାନ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକେ, ତଲସରା ପୁଲିସ ଏବଂ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। କିନ୍ତୁ ନିଖୋଜ ହେବାର ୫ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ଯୁବତୀଙ୍କ ପତ୍ତା ମିଳିପାରିନାହିଁ।