-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ନୂଆଁଖାଇ ଭେଟଘାଟ" ଦୁବାଇରେ କମାଲ ଦେଖାଇଲେ ଶାଶ୍ଵତ ଓ ଅର୍ଚ୍ଚନା .... ଗୀତରେ ସମସ୍ତେ ହେଲେ ମସଗୁଲ

18-Sep-2024



ସୁବର୍ଣ୍ଣପୁର. (ମନୋରଞ୍ଜନ ତ୍ରିପାଠୀ)
ବିଦେଶ ମାଟିରେ ନୂଆଁଖାଇର ମହକ। ପଶ୍ଚିମ ଓଡ଼ିଶାରେ ସେପ୍ଟେମ୍ବର ୮ରେ ନୂଆଁଖାଇ ପାଳନ ହୋଇଥିବା ବେଳେ ସୁଦୂର ଦୁବାଇରେ "ନୂଆଁଖାଇ ପରିବାର ୟୁଏଇ'' ପକ୍ଷରୁ ମଧ୍ୟ ଖୁବ ଧୁମଧାମରେ ନୂଆଁଖାଇ ପାଳନ ହୋଇଯାଇଛି। ୟୁଏଇରେ ଏକକ ନୂଆଁଖାଇ ପାଳନର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ନୂଆଁଖାଇ ଭେଟଘାଟର ଚଳିତ ୧୦ମ ବର୍ଷ। ଦୁବାଇ ସ୍ଥିତ 'ଏସଇଇ ଇନଷ୍ଟିଚ୍ୟୁଟ' ରେ ସବୁଠୁ ବଡ଼ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଭାରତ ବାହାରେ ଆୟୋଜିତ ହେଉଥିବା ନୂଆଁଖାଇ ଭେଟଘାଟର ଏହା ସବୁଠୁ ବଡ଼ ଆୟୋଜନ। ନୂଆଁଖାଇ ୨୦୨୪ ପାଳନ ଅବସରରେ ନିଜ ମାଟିର ଉତ୍ସବକୁ ସମସ୍ତେ ଖୁସିର ସହ ପାଳନ କରିଛନ୍ତି। ୟୁଏଇର କୋଣ ଅନୁକୋଣରେ ରହୁଥିବା ପ୍ରାୟ ୫ଶହରୁ ୬ଶହ  ନୂଆଁଖାଇ ପରିବାରର ସଦସ୍ୟ ଏଥିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଦୁବାଇ ସ୍ଥିତ ଭାରତୀୟ କୋନ୍ସୁଲ ଜେନେରାଲ ଶ୍ରୀ ସତୀଶ କୁମାର ଶିୱନ। ଦୁବାଇରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ସ୍ଵତନ୍ତ୍ର ଅତିଥିମାନେ ପହଞ୍ଚିଥିବା ବେଳେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ, ଗୀତିକାର ଓ ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଓ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ବେଳେ ତାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିଦେଇଥିଲା। ସମ୍ବଲପୁରୀ ନାଚ ଗୀତର ଆସର ଜମିଥିଲା। ଯାହାକୁ ସଭିଏଁ ମନଭରି ଉପଭୋଗ କରିଛନ୍ତି। ବାଲୁକା କଳାରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ କଳାର ନିଦର୍ଶନ ସମସ୍ତଙ୍କ ମନ ଜିଣିଛି। ଏହା ସହ ସୁଦାମଙ୍କୁ ଜୁହାର ସମ୍ମାନ ୟୁଏଇରେ ସମ୍ମାନିତ କରାଯାଇଛି। ଏଥିପାଇଁ  ସେ ନୂଆଁଖାଇ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସବୁବେଳେ ପ୍ରୟାସ କରି ଆସୁଥିବା ନୂଆଁଖାଇ ପରିବାର ୟୁଏଇ ଏଥି ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶାର କଳାକାରଙ୍କୁ ଅତିଥି କରାଯାଇଥିବା ସହ ତାଙ୍କୁ ସମ୍ମାନିତ କରାଯାଇଛି। ନୂଆଁଖାଇ ଆସିଲେ ସଭିଙ୍କ ମୁଁହରେ ଥାଏ ଗୋଟିଏ କଥା 'ନୂଆଁ ଖାଇମା, ନୂଆଁ ପିନ୍ଧମା' ସେଥିପାଇଁ ତ ଜନ୍ମମାଟି ଠାରୁ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି। ନୂଆଁଖାଇ ପାଳନ ଅବସରରେ ପ୍ରଥମେ ମାଆ ସମଲେଇଙ୍କୁ ପୂଜାର୍ଚ୍ଚନା କରି ନବାନ୍ନ ଲଗାଇ ସଭିଏଁ ଏକାଠି ନବାନ୍ନ ଖାଇଛନ୍ତି। ଆଉ ସଭିଏଁ ସମ୍ବଲପୁରୀ ପୋଷାକ ପିନ୍ଧି ଏକାଠି ପାଳନ କରିଛନ୍ତି ନୂଆଁଖାଇ। କୁନି ପିଲା ଠାରୁ ଆରମ୍ଭ କରି ମହିଳା ମାନେ ସମସ୍ତେ ସମ୍ବଲପୁରୀ ନାଚରେ  ମସଗୁଲ ହୋଇଥିଲେ। ଏହି ଅବସରରେ ଆବୁଧାବୀରୁ ଓଷା (OSA)ର ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁରୀ ପୋଷାକ ପରିଧାନ କରି ଫ୍ୟାଶନ ସୋ ପ୍ରଦର୍ଶନ କରିଥିଲେ।  ୟୁଏଇରେ ନୂଆଁଖାଇ ପାଳନର ୧୦ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ମରଣିକା ବି ଉନ୍ମୋଚନ ହୋଇଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk