-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
କଣ୍ଟାମାଳ (ପ୍ରେରଣା ଖବର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା କର୍ଲାଝୁଲି ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ବାପ-ପୁଅ ମଧ୍ୟରେ ତୁମୁଳକାଣ୍ଡ ଘଟି ବାପର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇ ବୁର୍ଲା ଭିମ୍ସାର୍ରେ ଚିକିତ୍ସିତ ହେଉଥିବା ଜଣାଯାଇଛି।ପୁଲିସ ସୂଚନା ଅନୁସାରେ କର୍ଲାଝୁଲି ଗ୍ରାମର ଭଗବାନ ନାଏକଙ୍କ ୨ ଜଣ ସ୍ତ୍ରୀ ଅଛନ୍ତି। ସେ ଏବେ ଦ୍ବିତୀୟ ସ୍ତ୍ରୀ ପାଖରେ ରହୁଥିଲେ। ଶୁକ୍ରବାର ରାତିରେ ପ୍ରଥମ ସ୍ତ୍ରୀର ପୁଅ କୃଷ୍ଣ ନାଏକ ସହିତ ଜମିବାଡ଼ି ଭାଗବଣ୍ଟାକୁ ନେଇ ଭଗବାନଙ୍କ ଗଣ୍ଡଗୋଳ ହୋଇଥିଲା। ଉଭୟେ ପରସ୍ପରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ଚିକିତ୍ସା ପାଇଁ ବୁର୍ଲା ଭିମ୍ସାର୍କୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଗବାନଙ୍କ ମୃତ୍ୟୁ ହୋଇଛି। କୃଷ୍ଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରୀକ୍ଷାରୁ କୋଭିଡ ପଜିଟିଭ ବହାରିବାରୁ ଅବସ୍ଥା ଜଟିଳ ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ମନମୁଣ୍ଡା ଥାନାରେ ଶୁକ୍ରବାର ରାତିରେ ଉଭୟ ପକ୍ଷରୁ ୨ଟି ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଶନିବାର ଗୋଟିଏ ମାମଲାକୁ ହତ୍ୟା ମାମଲାକୁ ପରିବର୍ତ୍ତନ କରାଯାଇ ତଦନ୍ତ ଚାଲିଥିବା ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ପ୍ରକାଶ କରିଛନ୍ତି।