-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ପୂର୍ବତନ ମୁଖ୍ୟ ମନ୍ତ୍ରୀ, ଅବିଭକ୍ତ ବମ୍ବେର ପୂର୍ବତନ ରାଜ୍ୟପାଳ ତଥା ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଡ.ହରେକୃଷ୍ଣ ମହାତବଙ୍କ ଶ୍ରାଦ୍ଧ ଦିବସ ଆଜି ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ସତକମା ସ୍ଥିତ ଡ.ଆମ୍ବେଦକର ଯୁବ କ୍ଲବ ସଭା ଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l କବିୟତ୍ରୀ ରଜନୀ ପଟେଲଙ୍କ ସଭାପତିତ୍ୱ ଓ ସୁଶ୍ରୀ ବର୍ଷା ଦେହୁରୀଙ୍କ ସଂଯୋଜନାରେ ଆୟୋଜିତ ଏଇ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଯୋଗ ଦେଇ ଡ. ମହାତବଙ୍କ ସାହିତ୍ୟ ଓ ସ୍ୱାଧୀନତା ସଂଗ୍ରାମର ଉଚ୍ଚ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ଅଲିମା ସାହୁ, ସରଗମ ଭଞ୍ଜ, ମିତା ଦେହୁରୀ ପ୍ରମୁଖ ସ୍ୱରଚିତ କବିତା ପାଠ ମାଧ୍ୟମରେ ଡ. ମହାତବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ l ସମାଜସେବୀ ଶ୍ରୀ ନାୟକ ବ୍ୟାପକ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ପ୍ରକୃତି ବଂଧୁ ସମ୍ମାନ ପାଇଥିବାରୁ ସଭIରେ ସମ୍ବର୍ଦ୍ଧିତ କରଯାଇଥିଲା l ଶେଷରେ ମାୟାଧର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l