-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ରେଢ଼ାଖୋଲ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡ଼ମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ରାଷ୍ଟ୍ରୀୟ ୧୦୮ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଅତିରିକ୍ତ ୮୪ଟି ନୂତନ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି, ଯାହା ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପଣ ହୋଇଥିଲା । ଆଜି ସେଥିରୁ ଗୋଟିଏ ଆମ୍ବୁଲାନ୍ସ ବଡ଼ମାଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଦିଆଯାଇଛି । ଏହି ଆମ୍ବୁଲାନ୍ସ ସେବାକୁ ବଡ଼ମାଳ ସରପଞ୍ଚ ସଡାନନ ପ୍ରଧାନ ଉଦଘାଟିତ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ମାଳ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭିମନ୍ୟୁ ଦାସଙ୍କ ସହିତ ସନ୍ତୋଷ ମଲ୍ଲିକ, ରାଧାକାନ୍ତ ନନ୍ଦ , ରମନିରଞ୍ଜନ ପ୍ରଧାନ , ଗଜେନ୍ଦ୍ର ପ୍ରଧାନ ଓ ବଡ଼ମାଳ ଅଞ୍ଚଳବାସୀ ଉପସ୍ଥତ ଥିଲେ ।