-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ଭୁବନେଶ୍ୱର, (ଶୁଭାଶିଶଷ ନାୟକ) : ଏମ୍ଭି ଆକ୍ଟ ୧୯୪-ଡି ଅନୁଯାୟୀ ବିନା ହେଲ୍ମେଟ୍ରେ ଗାଡ଼ି ଚଲାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ସହ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ।
ବାଇକ୍ ଚାଳକଙ୍କ ଉପରେ ଏଣିକି କଡ଼ା ନଜର ରଖିବ ପ୍ରଶାସନ । କାଲିଠାରୁ ମହଙ୍ଗା ପଡ଼ିପାରେ ବିନା ହେଲମେଟ୍ରେ ବାଇକ୍ ଚଳାଇବା । ବିନା ହେଲ୍ମେଟ୍ରେ ଗାଡ଼ି ଚଲାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ସହ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଏହା ସହିତ ପଛରେ ବସିବା ଲୋକଙ୍କ ପାଇଁ ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମକୁ ଲାଗୁ କରିବାକୁ ରାଜ୍ୟ ପୋଲିସ ଏବଂ ପରିବହନ କମିଶନର ତତ୍ପରତା ପ୍ରକଶା କରିଛନ୍ତି ।
ସୂଚନାଯୋଗ୍ୟ ୨୦୧୯ରେ ହେଲ୍ମେଟ୍ ଆଇନର ଉଲ୍ଲଘଂନ ପାଇଁ ବହୁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିଲା । ଗତବର୍ଷକୁ ସମୁଦାୟ ହିସାବ କରାଗଲେ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ମଧ୍ୟରୁ ୪ ହଜାର ୬ଶହ ୮୮ଟି ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଯାନ ଥିଲା। ଏଥିରେ ୨ହଜାର ୧୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। କେବଳ ହେଲ୍ମେଟ୍ ପିନ୍ଧି ନ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ଏମ୍ଭି ଆକ୍ଟ ୧୯୪-ଡି ଅନୁଯାୟୀ ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସହ ଅମାନିଆଙ୍କ ଡିଏଲ୍ କୁ ବାତିଲ କରାଯାଉ ବୋଲି ପରିବହନ ସଚିବ ଡିଜିପିଙ୍କୁ ଚିଠି ଲେଖିଥିଲେ ।