-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ବଲାଙ୍ଗିର /ଟିଟିଲାଗଡ଼(ପ୍ରେରଣା ଖବର) : ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ(ବିଡ଼ିସିସି) ଲାଠୋର ବ୍ରାଞ୍ଚ ମ୍ୟାନେଜର ସାଗର ରଣାଙ୍କ ଟିଟିଲାଗଡ ସ୍ଥିତ ବାସଭବନରେ ଆଜି ସକାଳୁ ଭିଜିଲାନ୍ସ ରେଡ଼ ହୋଇଛି |ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଭିଜିଲାନସର ଏକ ୧୨ ଜଣିଆ ଦଳ ଏହି ଚଢ଼ାଉ ଜାରି ରଖିଛନ୍ତି | ଏ ଯାବତ ପାଖାପାଖି କୋଟିଏ ତାଙ୍କର ସମ୍ପତ୍ତି ଚିହ୍ନଟ ହୋଇଥିବା ଜଣାପଡିଛି | ଶ୍ରୀ ରଣା ପ୍ରଥମେ ପେସ୍କ ସେକ୍ରେଟାରୀ ଭାବେ ଯୋଗ ଦେଇଥିବାବେଳେ ପରେ ପରେ ସୁପରଭାଇଜର ପଦକୁ ଉନ୍ନୀତ ହୋଇଥିଲେ | ସେ ଏବେ ବିଡ଼ିସିସି ଲାଠୋର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ।