-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
04-Aug-2024
ବରଗଡ଼(ନିରଞ୍ଜନତ୍ରିପାଠୀ): ସ୍ଥାନୀୟ ହୋଟେଲ ଗଣପତି ସମ୍ମିଳନୀ କକ୍ଷରେ ଲିଓ କ୍ଲବ ବରଗଡ଼ ୟୁଥ ର 7ତମ ସ୍ଥାପନା ଦିବସ ପୂର୍ବ ସଭାପତି ମନ୍ଥନ ଝବର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ସଭାପତି ମନ୍ଥନ ଝଁବର ସ୍ଵାଗତ ଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରି ଥିବା ବେଳେ ଲିଓ ଚିରଞ୍ଜଜୀତ ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ସଂସ୍କାର ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମେନ ଲାୟନ ସୁମନ ସାୱଡ଼ିଆ ଏବଂ ସମ୍ମାନିତ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭାର୍ଣ୍ଣର ଲାୟନ ଚରନଜୀତ କୌର ହୁରା ଯୋଗଦେଇ ବରଗଡ଼ ଲିଓ କ୍ଲବ ର କାର୍ଯ୍ୟ କଳାପ କୁ ଭୁୟସୀ ପ୍ରଶଂସା କରିଥିଲେ ତଥା ନୂତନ କାର୍ଯ୍ୟକାରିଣୀଙ୍କୁ ଶପଥ ପାଠ କରେଇ ଆଗାମୀ ସତ୍ର 2024-25 ରେ ଅତ୍ୟାଧିକ ସାମଜିକ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରି ଥିଲେ। ଲାୟନ କିଶନ ଅଗ୍ରୱାଲ, ଲାୟନ ଜୟନ୍ତୀ ବେହେରା, ଲାୟନ ମନୋଜ କୁମାର ମାହାପାତ୍ର, ଲିଓ କମଲ ଲାଠ, ଲିଓ ଆୟୁଷ ଗୁପ୍ତା, ଲିଓ ପ୍ରକାଶ ଅଗ୍ରୱାଲ ମଂଚାସୀନ ରହି ଥିଲେ. ଏହି ପରିପେକ୍ଷୀ ରେ ବର୍ଷସାରା କରାଯାଇଥିବା ଜନ ସେବାକାର୍ଯ୍ୟ ଗୁଡିକର ସମିକ୍ଷା କରାଯିବା ସହିତ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ୨୦୨୪/୨୫ ବର୍ଷ ପାଇଁ ଲିଓ କ୍ଳବ ବରଗଡ଼ ୟୁଥ ପାଇଁ ଲିଓ ସୌରଭ ରେଖାନିଙ୍କୁ ସଭାପତି, ଲିଓ ପ୍ରକାଶ ଅଗ୍ରୱାଲଙ୍କୁ ସମ୍ପାଦକ, ଲିଓ ତରୁଣ ଲାଠଙ୍କୁ କୋଷାଧ୍ୟକ୍ଷ ମନୋନୀତ କରାଯାଇ ଥିଲା। ଏହି ଅବସରରେ କ୍ଳବ ର ସମସ୍ତ ସଦସ୍ୟ ଏବଂ ଅନ୍ୟ ସାମାଜିକ ସଂଗଠନ ପଦାଧିକାରୀ ଉପସ୍ଥିତ ରହି ଥିଲେ.