-+91-9937148622 |

prerana_bgr@rediffmail.com |

  Sunday 30th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   (30-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳିତ   (30-Aug-2026)       ||      ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   (29-Aug-2026)       ||      ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   (29-Aug-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   (29-Aug-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (29-Aug-2026)       ||      ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ    (29-Aug-2026)       ||      ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   (29-Aug-2026)       ||      ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ    (29-Aug-2026)       ||      ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   (29-Aug-2026)       ||      ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   (29-Aug-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   (29-Aug-2026)       ||      ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||      ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   (29-Aug-2026)       ||      ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   (29-Aug-2026)       ||      *ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   (29-Aug-2026)       ||      ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   (29-Aug-2026)       ||      ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   (29-Aug-2026)       ||      କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||     

HOME   ରାଜନୀତି

୨୦୨୨ ସୁଦ୍ଧା ଓଡିଶାର ପ୍ରତି ଯୋଗ୍ୟ ହିତାଧିକାରୀ ଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।

30-Dec-2020



ଭୁବନେଶ୍ୱର,(ଶୁଭାଶିଶଷ ନାୟକ) - ପ୍ରଧାନମନ୍ତ୍ରୀ ଆବାସ ଯୋଜାନାରେ ଓଡିଶାର ଯୋଗ୍ୟ ହିତାଧିକାରୀ ଘର ପାଇବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି କହିଛି। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ଫଳକରେ ପ୍ର.ଆ.ଯୋ ଲେଖି ଷ୍ଟିକର ମାରିବା ଏବଂ ତଳେ ବିଜୁ ବାବୁଙ୍କ ବଡ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖି ଓଡିଶାବାସୀଙ୍କୁ ଭ୍ରମିତ କରିଚଲିଛି ବୋଲି ବିଜେପି ଅଭିଯୋଗ କରିଛି।  କେବଳ ସେତିକି ନୁହେଁ ଏହି ଘର ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏକ ପତ୍ର ହିତାଧିକାରୀଙ୍କୁ ଦେଇ ସମସ୍ତ ଶ୍ରେୟ ନିଜେ ନେଉଛନ୍ତି । ତେଣୁ ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ବ୍ଲକ ଘେରାଉ ହେବା ଏବଂ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ଏତଲା ଦେବା ପରେ ରାଜ୍ୟସରକାର ନୂଆ ଷ୍ଟିକର ବାହର କରିଛନ୍ତି । ସରକାର କିଛି ନିଷ୍ପତି ନେବା ପୂର୍ବରୁ ସେ ଦିଗରେ ତର୍ଜମା କରିବା ଦରକାର । କିନ୍ତୁ ରାଜ୍ୟ ସରକାର ବିନା ତର୍ଜମାରେ ଅପରିଣାମଦର୍ଶୀ ଭାବରେ ଯେଉଁ ନିଷ୍ପତି ନେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 

କୌଣସି ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମରେ ଲୋଗୋ ବା ନୋମେନ କ୍ଲଚରକୁ ପରିବର୍ତନ କରାଯାଇପାରିବନାହିଁ ବୋଲି ନିୟମରେ ଉଲ୍ଲେଖ ରହିଛି । ଏହା ସତ୍ୱେ ରାଜ୍ୟସରକାର ଗୋଟିଏ ଖରାପ ପରମ୍ପରା ସୃଷ୍ଟି କରିଥିଲେ । ଗୋଟିଏ ଷ୍ଟିକରରେ ଦୁଇଟି ନାଁ ରଖି ରାଜ୍ୟସରକାର ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । କେନ୍ଦ୍ର ସରକାରଙ୍କ ଯୋଜନାର ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜ୍ୟସରକାରଙ୍କ ଅନୁଦାନରେ ଥିବା ଘରକୁ ବିଜୁ ପକ୍କାଘର ଯୋଜନାରେ ନାମିତ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ଯେଉଁ ମିଥ୍ୟା ସମ୍ବଳିତ ଚିଠି ହିତାଧିକାରୀଙ୍କୁ ପଠାଉଛନ୍ତି ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ନାହିଁ ।  ସେଥିରେ ସେ କେବଳ କହିଛନ୍ତି ବିଜୁବାବୁଙ୍କ ସ୍ୱପ୍ନ ଥିଲା । ବିଜୁବାବୁଙ୍କ ସ୍ୱପ୍ନ ପୂରଣ କରିବାକୁ ରାଜ୍ୟ ସରକାର ଘର ଦେବା କଥା କହିବା  ସମ୍ପୂର୍ଣ୍ଣ ମିଥ୍ୟା । ଏହି ପ୍ରବଚଂନା ପୂର୍ଣ୍ଣ ଚିଠିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।  

    ଯେଉଁଭଳି ଭାବରେ ଫେବୃଆରୀ ମାସରେ ବିଭିନ୍ନ ଆବେଦନ ପତ୍ର ବ୍ଲକ ମାନଙ୍କରେ ପଡିଛି ତାକୁ ତୁରନ୍ତ ରାଜ୍ୟସରକାର ଏକାଠି କରି ଆବାସ ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ନାଁ କୁ  ଅପଲୋଡ କରନ୍ତୁ । ସରକାର ବାରମ୍ବାର ତାଙ୍କ ନିଷ୍ପତି ବଦଳାଇ ରାଜକୋଷକୁ କ୍ଷତି ପହଁଚାଉଛନ୍ତି । ବିଜୁ ପକ୍କା ଘରର ବଡ ଲୋଗୋ ଦେଇ ଯେଉଁ ଷ୍ଟିକର ରାଜ୍ୟସରକାର ତିଆରି କରିଥିଲେ ସେଥିରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ରାଜକୋଷରୁ ଅଯଥାରେ ଯେଉଁ ୧୦କୋଟି ଖର୍ଚ୍ଚ ହୋଇଛି ସେ ଅର୍ଥ କାହାଠାରୁ ଭରଣା କରାଯିବ ରାଜ୍ୟସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

 


 ୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସେହି ଅନୁଯାୟୀ ରାଜ୍ୟ ସରକାର ନିଜର ଆତ୍ମ ପ୍ରଚାର ଛାଡି କିପରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘରେ ଖଣ୍ଡେ ମିଳିବ ସେ ଦିଗରେ କାର୍ଯ୍ୟ କରନ୍ତୁ । ଓଡିଶାର ଶେଷ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବା ପାଇଁ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବିଜେପି ଜାରି ରଖିବବୋଲି ଶ୍ରୀ ହରିଚନ୍ଦନ ଚେତାବାନୀ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   30-Aug-2026
  ଜିଲ୍ଲା  
ଜାତୀୟ କ୍ରୀଡ଼ା ଦିବସ ପାଳିତ   30-Aug-2026
  ଜିଲ୍ଲା  
ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   29-Aug-2026
  ଜିଲ୍ଲା  
ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   29-Aug-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   29-Aug-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ   29-Aug-2026
  ରାଜ୍ୟ  
ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   29-Aug-2026
  ଜିଲ୍ଲା  
ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ   29-Aug-2026
  ଜିଲ୍ଲା  
ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   29-Aug-2026
  ରାଜ୍ୟ  
ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   29-Aug-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   29-Aug-2026

You Might Also Like