-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   (29-Aug-2026)       ||      *ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   (29-Aug-2026)       ||      ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   (29-Aug-2026)       ||      ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   (29-Aug-2026)       ||      କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||     

HOME   ଜିଲ୍ଲା

କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ

29-Aug-2026



ବେଲପଡା(ମଳୟ ମିଶ୍ରଙ୍କ ରିପୋର୍ଟ):  ସମଗ୍ର ଶିକ୍ଷା ଅନ୍ତର୍ଗତ ବଲାଙ୍ଗୀର ଜିଲ୍ଲାର ଦାଦନ ଅଧ୍ୟୁଷିତ ବ୍ଲକ୍ ବେଲପଡାର କାନୁଟ୍ କସ୍ତୁରବା' ଗାନ୍ଧୀ ବାଳିକା ବିଦ୍ୟାଳୟରେ ବ୍ୟାପକ ଅନିୟମିତତାର ଅଭିଯୋଗ ହେଉଛି । ମୁଖ୍ୟତଃ ହଷ୍ଟେଲର ଛାତ୍ରୀମାନଙ୍କ ଖାଦ୍ୟପେୟ ବା ମେସ୍ ଖର୍ଚ୍ଚରେ କେବେ ଅଧିକ ଉପସ୍ଥାନ ପକାଯାଇ ତ କେବେ ନିମ୍ନମାନର ଖାଦ୍ୟ ଦିଆଯାଇ ହିସାବପତ୍ରରେ ମିଥ୍ୟାବିଲ୍ ଦାଖଲ କରାଯାଉଥିବା ବେଳେ , ବିଶେଷ କରି ମାସ ମାସ ଧରି ଉଧାରରେ ଅଣାଯାଉଥିବା ମେସ୍ ପାଇଁ ଖାଦ୍ୟସାମଗ୍ରୀର ମାନ , ପରିମାଣ ଓ ଦରଦାମ୍ ରେ ନିୟମିତ ଭାବରେ ହେରଫେର କରାଯାଇ ସେ ବାବଦ ଟଙ୍କା ବାଟମାରଣା କରାଯାଇ ଆସୁଥିବା ଚର୍ଚ୍ଚା ହେଉଛି । ଏଥିରେ ହଷ୍ଟେଲର ୱାଡେନ , ହଷ୍ଟେଲ୍ ଇନଚାର୍ଯ  , ଦାୟିତ୍ବରେ ରହିଥିବା ପ୍ରଧାନଶିକ୍ଷକ, ବିଇଓ , ଜେଣ୍ଡର କୋଅର୍ଡିନେଟର ଓ ଡିପିସି ପ୍ରମୁଖଙ୍କ ସମ୍ପୃକ୍ତି ରହିଥିବାରୁ ଏହା ବାହାରକୁ ଆସୁନଥିବା କୁହାଯାଉଛି ।

ଏହାସହିତ ଅନ୍ତେବାସିନୀ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାର ସଠିକ୍ ତଦାରଖ କରାଯାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ଓ ଜାଣିଲେ ମଧ୍ୟ ମୁଖ୍ୟତଃ ଇନ୍ ଚାର୍ଯ ରହିଥିବା ଜଣେ ସ୍ଥାନୀୟା ଶିକ୍ଷୟିତ୍ରୀଙ୍କ ମେରୀରାୟ ନୀତି ଯୋଗୁଁ କେହି ପାଟି ଫିଟାଉନାହାଁନ୍ତି ।  

କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା ତଥା ପାଟଣାଗଡ ଉପଖଣ୍ଡର ପାଟଣାଗଡ ବ୍ଲକର ସୋଲବନ୍ଧ କେଜିବିଭିର ଜନୈକା ଛାତ୍ରୀଙ୍କର ରହସ୍ୟଜନକ ଭାବରେ ମୃତ୍ୟୁ ହେବା ସହିତ ଅନ୍ୟଜଣେ ଛାତ୍ରୀ ଅସୁସ୍ଥ ହୋଇପଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏ ସମ୍ପର୍କରେ ବିଭାଗୀୟ ଓ ଥାନାରେ ପୁଲିସ ତଦନ୍ତ ହୋଇଥିବା ସହ ମୃତା ଛାତ୍ରୀଙ୍କର ପୋଷ୍ଟମର୍ଟମ କରାଯାଇଥିଲା ।  ଦ୍ବିତୀୟତଃ  ହଷ୍ଟେଲର ଜଣେ ଛାତ୍ରୀ ପ୍ରେମିକ ସହ ହାଇଦ୍ରାବାଦ ପଳାଇଥିବା ଘଟଣା ଜଣା ପଡିଥିଲା । ଏହାପରେ ଇନଚାର୍ଜ ଶିକ୍ଷକଙ୍କ ଠାରୁ ଦାୟିତ୍ବ କାଢିନିଆଯିବା ସହ ଉକ୍ତ ଘଟଣାରେ ମୋଟ ୮ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୁଣାଯାଇଥିଲେ ହେଁ , ସବୁକୁ ଚପାଇ ଦିଆଗଲା । 

ସେହି ସମୟରେ ଦେଓଗାଁ' ବ୍ଲକ୍ ର ସାଗରପାଲି , ବେଲପଡା ବ୍ଲକର ଉକ୍ତ କାନୁଟ୍ ଓ ତୁରେକେଲା ବ୍ଲକ୍ ର କୁଇବାହାଲ କେଜିବିଭିରେ ମଧ୍ୟ ଅନୁରୂପ ଗୁରୁତର ଅଭିଯୋଗ ଉଠିଥିଲା ।  ଗତମାସ ୩୧ ତାରିଖରେ ଦେଓଗାଁ' ବ୍ଲକର ସାଗରପାଲି କେଜିବିଭିର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରୀ ରାମଚନ୍ଦ୍ରପୁରର ପେଟବ୍ୟଥା ହେଉଥିବାରୁ ହଷ୍ଟେଲର ଇନଚାର୍ଜ ମିତାମୟୀ ନାୟକ ତା' ଘରଲୋକଙ୍କୁ ଖବର ଦେଇଥିଲେ ଓ ସେମାନେ ଆସିଥିବା ଦେଖାଯାଇଥିଲା ।  ଅଥଚ ସେଦିନ ଓ ତା' ପୂର୍ବଦିନ ହଷ୍ଟେଲର ୱାଡେନ୍ ନିରୁପମା ମେହେର ଓ ଆକାଉଣ୍ଟାଣ୍ଟ ନିହାରିକା ମେହେର ଚାଉଳ ଆଣିବାକୁ ଗଇଁନ୍ତଳା ଯୋଗାଣ ଗୋଦାମକୁ ଯାଇଥିବାରୁ ଅନୁପସ୍ଥିତ ରହିଥିବା କୁହାଯାଇଥିଲା ।  ଏ ସମ୍ପର୍କରେ ଜେଣ୍ଡର କୋଅର୍ଡିନେଟର ସନ୍ତୋଷ କୁମାର ମହାରଣାଙ୍କର ଫୋନ୍ ଯୋଗେ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ତାଙ୍କର ଅସହାୟତା ପ୍ରକାଶ  କରିଥିଲେ ।  ଦ୍ବିୟତଃ ସେହିଦିନ ବେଲପଡା ବ୍ଲକର କାନୁଟ୍ କେଜିବିଭିର ଜନୈକା ୭ମ ଶ୍ରେଣୀର ଛାତ୍ରୀ ଭୁଟୁଙ୍ଗପଡାର ଯୋଗେଶ୍ବରୀ ମହାନନ୍ଦ ବାନ୍ତି କରି ଅସୁସ୍ଥ ହୋଇପଡିବାରୁ ତାଙ୍କ ପରିବାର ଲୋକେ ନେବାକୁ ଆସିଥିବା ଦେଖାଯାଇଥିଲା । ତେବେ ଛାତ୍ରୀଟିର କିଛି ହୋଇନାହିଁ , ସେ ଠକୁଛି ବୋଲି  ୱାଡେନ୍ ମୋହିନୀ ଗିରି ପ୍ରକୃତ ଘଟଣାକୁ ଲୁଚାଇ ପ୍ରକାଶ କରିଥିଲେ । ଏହି କେଜିବିଭିର  ଇନଚାର୍ଜ ରହିଥିବା ଶିକ୍ଷୟିତ୍ରୀ ଲୋପାମୁଦ୍ରା ସାହୁ କଟକଣା ଆଳରେ ସମସ୍ତ ପ୍ରକାରର ଅନିୟମିତତାକୁ ଘଣ୍ଟଘୋଡାଇ ଆସୁଥିବା ଚର୍ଚ୍ଚା ହେଉଛି । ତେଣୁ ମୁଖ୍ୟତଃ ମାସ ମାସ ଧରି ଉଧାରରେ ଦୋକାନୀ ଦେଉଥିବା ନିମ୍ନମାନର ଡାଲି ଓ ତେଲ ଏହାର କାରଣ ବୋଲି କୁହାଯାଉଛି ।  ଲକ୍ଷାଧିକ ଟଙ୍କାର ମେସ୍ ସାମଗ୍ରୀ ମାସ ମାସ ଧରି ଦୋକାନରୁ ବାକିରେ ଆଣୁଥିବା ସହିତ ବାଟମାରଣା ପାଇଁ ବଜାରଦର ଠାରୁ ଅଧିକମୂଲ୍ୟ ପକାଯାଇଆସୁଥିବାରୁ ନିମ୍ନମାନର ଶସ୍ତାଭେଜାର ସାମଗ୍ରୀ ନିମନ୍ତେ ଏପରି ସମସ୍ୟା ଉପୁଜୁଥିବା ଆଶଙ୍କା କରାଯାଉଥିଲେ ହେଁ , ଉପରୁ ତଳସ୍ତର ପର୍ଯ୍ୟନ୍ତ ସମସ୍ତେ ଭାଗ ଖାଉଥିବାରୁ ମୁହଁ ବନ୍ଦ କରି ସବୁପ୍ରକାର ଦୁର୍ଘଟଣାର ପ୍ରକୃତ ତଦନ୍ତ ନକରି ଚପାଇଦେଉଥିବା କୁହାଯାଉଛି । ହଷ୍ଟେଲର ଶତାଧିକ ଛାତ୍ରୀଙ୍କର କେବଳ ମେସ୍ ଖାଦ୍ୟପେୟ ନୁହେଁ , କମିଟି ସହ ସଲାସୁତୁରାରେ  ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଓ ଅନ୍ୟାନ୍ୟ ଅବୈଧ କାରବାରର ଏହି  ସ୍ଥାନୀୟା ଇନଚାର୍ଜ ହିଁ ସର୍ବେସର୍ବା ବୋଲି ବହୁଦିନରୁ ଚର୍ଚ୍ଚା ହୋଇ ଆସୁଛି  ।  ଏଣୁ ତଳସ୍ତରରେ ଅନ୍ତତଃ କେଜିବିଭିର ଆକାଉଣ୍ଟାଣ୍ଟ,  ୱାର୍ଡେନ ଓ ଇନଚାର୍ଜଙ୍କର ଏ ପ୍ରକାରର ହାତସଫେଇର ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ।  ପ୍ରତିମାସର ମେସ୍ ସାମଗ୍ରୀର ଦରତାଲିକା ସମ୍ପର୍କରେ ଜାଣିବାକୁ କେତେକ ବୁଦ୍ଧିଜୀବୀଙ୍କ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ପରେ  ଏ ସମ୍ପର୍କିତ ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ ପ୍ରକାଶ ପାଇବ  । 

ଆହୁରି ମଧ୍ଯ , ବର୍ଷ ବର୍ଷ  ଧରି ବିଭିନ୍ନ ବିଭାଗର ଆବାସିକ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକରେ ନିୟମିତ ମେସ୍ , ଡ୍ରେସ୍ ଓ ଅନ୍ୟାନ୍ୟ ବାଟମାରଣା ଚାଲିଛି । ଏଗୁଡିକ ମଧ୍ୟରେ ସମଗ୍ର ଶିକ୍ଷା , ଆଦିବାସୀ କଲ୍ଯାଣ ବିଭାଗ ଓ ଏହି ବିଭାଗର ' ଅନ୍ବେଷା ' ହଷ୍ଟେଲ ଗୁଡିକରେ ଭେଜାଲ ଶସ୍ତାଖାଦ୍ୟ ପିଲାମାନଙ୍କର ପ୍ରାଣହାନୀର କାରଣ ପାଲଟିଛି । ଗତ ସପ୍ତାହରେ ତୁରେକେଲା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜିର ଏକ ପବ୍ଲିକ୍ ସ୍କୁଲ୍ ତଥା ୩୪୮ ଶଯ୍ୟାବିଶିଷ୍ଟ  ହିଆଲ୍ 'ଅନ୍ବେଷା' ହଷ୍ଟେଲର ଜଣେ ଛାତ୍ରର ମୃତ୍ୟୁର କାରଣ ଅଦ୍ୟାପି ସ୍ପଷ୍ଟ ହୋଇନାହିଁ । ଇଂରାଜୀ ମାଧ୍ୟମର ସ୍କୁଲରେ ପାଠ ପଢୁଥିବା  ଏହି ସ୍ବତନ୍ତ୍ର ହଷ୍ଟେଲରେ ଆଗରୁ ଛାତ୍ରୀ ଅସଦାଚରଣ ପରି ଗୁରୁତର ଅଭିଯୋଗ ପ୍ରକାଶ ପାଇ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ହଷ୍ଟେଲର ଇନଚାର୍ଜ ସୁରେଶ ବେହେରା ଗତ ୨୦୨୫ ରୁ ରହିଛନ୍ତି ଓ ଏହା ବଲାଙ୍ଗୀର ଆଦିବାସୀ କଲ୍ଯାଣ ବିଭାଗ ଅଧୀନରେ ପରିଚାଳିତ  । ଏହି ପିଲାଟିର ଅଭାବିତ ମୃତ୍ୟୁର କାରଣ  ହଷ୍ଟେଲ ଦାୟିତ୍ୱରେ ରହିଥିବା ଶିକ୍ଷକ କିମ୍ବା ଜିଲ୍ଲା କଲ୍ଯାଣ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଜାଣିଶୁଣି ଲୁଚାଉଥିବା ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   29-Aug-2026
  ଜିଲ୍ଲା  
*ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   29-Aug-2026
  ଜିଲ୍ଲା  
ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   29-Aug-2026
  ଜିଲ୍ଲା  
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   29-Aug-2026
  ଜିଲ୍ଲା  
କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ   29-Aug-2026
  ଜିଲ୍ଲା  
ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026
  ଜିଲ୍ଲା  
ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   28-Aug-2026
  ଜିଲ୍ଲା  
ବିରଳ ପ୍ରଜାତିର କଇଁଛ ଉଦ୍ଧାର   28-Aug-2026

You Might Also Like