-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ଭୁବନେଶ୍ବର/ବେଓଭାନ:(ପ୍ରେରଣା ଖବର ବ୍ୟୁରୋ) : ପ୍ରଥମ ଇନିଂସରେ ଶତକ ପାଇଁ ଟେଷ୍ଟର ନମ୍ବର ୱାନ ବ୍ୟାଟ୍ସମ୍ୟାନ କେନ ୱିଲିୟମସନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।
ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚକୁ ଜିତି ନେଇଛି ନ୍ୟୁଜିଲ୍ୟାଣ୍ଡ । ଭ୍ରମଣକାରୀ ଦଳ ସମ୍ମୁଖରେ ୩୭୩ ରନର ବିଜୟ ଲକ୍ଷ୍ୟ ରହିଥିବା ବେଳେ ପାକିସ୍ତାନ ୨୭୨ ରନରେ ସମସ୍ତ ୱିକେଟ ହରାଇଥିଲା । ପାକିସ୍ତାନ ପକ୍ଷରୁ ଫୱାଦ ଆଲମ ଶତକ ହାସଲ କରିଥିଲେ ମଧ୍ୟ ପରାଜୟ ଏଡାଇବା ପାଇଁ ଏହା ଯଥେଷ୍ଟ ନଥିଲା । ଅନ୍ତିମ ଦିବସରେ ବିଜୟ ପାଇଁ ୮ ୱିକେଟର ଆବଶ୍ୟକତା ରହିଥିବା ବେଳେ ବୋଲରଙ୍କ ଚମକ୍ରାର ପ୍ରଦର୍ଶନରେ ବିଜୟୀ ହୋଇଥିଲା ନ୍ୟୁଜିଲ୍ୟାଣ୍ଡ ।
ପାକିସ୍ତାନ ପକ୍ଷରୁ ଫୱାଦ ଆଲାମ ୧୦୨ ଏବଂ ମହମ୍ମଦ ରିଜୱାନ(୬୦)ଙ୍କ ମଧ୍ୟରେ ୧୬୫ ରନର ଭାଗିଦାରୀ ହୋଇଥିଲା । ଆଲମ ୨୬୯ ବଲର ସମ୍ମୁଖୀନ ହୋଇ ୧୪ଟି ଚୌକା ସହାୟତାରେ ୧୦୨ ରନ ସଂଗ୍ରହ କରିଥିଲେ । ମହମ୍ମଦ ରିଜୱାନ ୧୯୧ଟି ବଲର ସମ୍ମୁଖୀନ ହୋଇ ୬ଟି ଚୌକା ସହାୟତାରେ ୬୦ ରନ ସଂଗ୍ରହ କରିଥିଲେ । ପ୍ରଥମ ଇନିଂସର ହିରୋ ଫହିମ ଅଶ୍ରଫ ୨୮ ବଲରୁ ୪ ଚୌକା ସହାୟତାରେ ୧୯ ରନ କରି ପ୍ୟାଭିଲିୟନ ଫେରିଥିଲେ । ପାକିସ୍ତାନର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସାଉଦି, ବୋଲ୍ଟ, ଜେମିସନ, ୱାଗନର ଏବଂ ସାଣ୍ଟନର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ ଶତକ ପାଇଁ ଟେଷ୍ଟର ନମ୍ବର ୱାନ ବ୍ୟାଟ୍ସମ୍ୟାନ କେନ ୱିଲିୟମସନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।