-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ବଲାଙ୍ଗିର,(ରିତୁରାଜ ସିଂହ)-ବଲାଙ୍ଗିର ଜିଲାରେ ନୂତନ ଭାବେ ଯୋଗଦେଇଥିବା ଏସ୍ପି କୁଶଳକର ନୀତିନ ଡାଗୁଡୁଙ୍କୁ ସଚେତନ ମହିଳା ମଂଚ ପକ୍ଷରୁ ସାକ୍ଷାତ କରି ତାଙ୍କୁ ସ୍ୱାଗତ କରାଯାଇଥିଲା । ଆଜି ସଚେତନ ମହିଳା ମଂଚର ସଭାନେତ୍ରୀ ସାଗରୀକା ଗୁରୁଙ୍କ ନେତୃତ୍ୱରେ ମଂଚର ସଦସ୍ୟାମାନେ ଏସପିଙ୍କୁ ଭେଟିବା ସହ ଜିଲାରେ ଦିନ ଦ୍ୱିପହରରେ ଚାଲିଥିବା ଲୁଟ, ଡକାୟତି, ନିଶା କାରବାର, ମହିଳାଙ୍କୁ ନିର୍ଯ୍ୟାତନା ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅପରାଧ ବଢ଼ିଚାଲିଥିବା ବେଳେ ଅଭିଯୁକ୍ତମାନେ ଧରାପଡୁ ନଥିବା ଯୋଗୁଁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ନୂତନ ଏସପି ଶ୍ରୀ ବାଗୁଡୁଙ୍କ ଦାୟିତ୍ୱ ଗ୍ରହଣ ପରେ ଜିଲାବାସୀ ପୋଲିସ ପାଖରୁ ସୁରକ୍ଷା ପାଇବା ସହ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୁରିବ ବୋଲି ଆଶା ରଖିଛୁ ବୋଲି ମହିଳା ମଂଚର ସଭାନେତ୍ରୀ ଶ୍ରୀମତୀ ଗୁରୁ କହିଛନ୍ତି । ଏନେଇ ନୂତନ ଏସପିଙ୍କୁ ମଧ୍ୟ ଲିଖିତ ଆକାରରେ ଜଣାଇଛି ମହିଳା ମଂଚ । ଆଜି ଏସପି ଶ୍ରୀ ବାଗୁଡୁଙ୍କୁ ସାକ୍ଷାତ କଲା ସମୟରେ ମଂଚର ସଂପାଦିକା ନିହାରୀକା ମିଶ୍ର, କୁଶୁମ ରଥ, କସ୍ତୁରି ରଥ, ପ୍ରମିଳା ମିଶ୍ର, କଳ୍ପନା ବିହାରୀ ଓ ବୀଣାପାଣି ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।