-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର)- ଡେଙ୍ଗ ହାଇସ୍କୁଲର ଜୁନିଅର ରେଡକ୍ରସ ଓ ଓଡିଶା ରକ୍ତଦାତା ମହାସଂଘ ତରଫରୁ କୋଭିଡ -୧୯ ଗାଇଡ ଲାଇନକୁ ପାଳନ କରି ବଲାଙ୍ଗୀର ରକ୍ତ ଭଣ୍ଡାରରେ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିଅର ରେଡକ୍ରସ କାଉନସେଲର୍ ରାମ ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ୍ୟ ତତ୍ତାବଧାନରେ ହୋଇଯାଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଗୃହରକ୍ଷୀ ବିଭାଗର ସହକାରୀ ଦୁର୍ଗପତି କୁମୁଦ ସେଠ ଯୋଗଦାନ କରିଥିଲେ । ରକ୍ତର କୌଣସି ବିକଳ୍ପ ନାହିଁ, ତେଣୁ ରକ୍ତଦାନ କାର୍ଯ୍ୟକ୍ରମରେ ଯୁବପିଢୀ ଆଗେଇ ଆସି ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ମତବ୍ୟକ୍ତ କରିଥିଲେ । ଖବରଲେଖା ବେଳକୁ ଶିବିରରେ ୪୦ ୟୁନିଟ ବ୍ଲଡ ସଂଗୃହିିତ ହୋଇସାରିଛି । ର୍ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଗୋପାଳ ବେହେରା, ଜୁନିଅର ରେଡକ୍ରସ ଅଫିସର ସୁବାଷ ପଟେଲ, ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ପୋଲିସ ଇନସ୍ପେକ୍ଟର ନନ୍ଦକିଶୋର ବେହେରା, ରେଡକ୍ରସ ସାଧନ କର୍ମୀ ବିକାଶ ରଂଜନ ସାହୁ, ସମାଜସେବୀ ଅକ୍ଷୟ ପୁେଟେଲ ପ୍ରମୁଖ ଶିବିରରେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ କରି ୧୯ ଜଣ ପ୍ରଥମ ଥର ପାଇଁ କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ କାଉନସେଲର ଗୋପେଶ ପଣ୍ଡା, ଚନ୍ଦ୍ର ଶେଖର ମହାପାତ୍ର,ଦୂର୍ଯ୍ୟୋଧନ ପଶାୟତ,ସମାଜସେବୀ ନିତ୍ୟାନନ୍ଦ ଷଡଙ୍ଗୀ, ମିଲନ ବାରିକ,ସୁରେଶ ଚନ୍ଦ୍ର୍ର କମ୍ପ,ଦେବେନ୍ଦ୍ର କୁମାର ସାହୁ, ସନ୍ତୋଷ କର୍ମୀ, ନୈରୁତ ରଣା, ଦେବାଶିଷ ପାଧାନ, ମୁନା ପଧାନ,କିଶୋର କୁମାର ବାରିକ ତଥା ରକ୍ତଭଣ୍ଡାରର ଡ.ଅନୀତା ପଣ୍ଡା, ଅଜିତ କୁମାର ସାହୁ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ନୀରୁପମା ଜାଲ, ଜ୍ୟାତିର୍ମୟୀ ନାଏକ, ଅକ୍ଷୟ ବାଗ, କେଶବ ଷାଣ୍ଢ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଓଡିଶା ରକ୍ତଦାତା ମହାସଂଘର ବଲାଙ୍ଗୀର ଜିଲ୍ଲା ସଭାପତି ଜୟଦେବ ଜାଲ ୟାଦବ ଶିବିରକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ହିଂମାଶୁ ଶେଖର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।