-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ସମ୍ବଲପୁର: (ଦେବାଶିଷ ବେହେରାଙ୍କ ରିପୋର୍ଟ)-ହିଣ୍ଡାଲକୋ ପାୱାର ଶ୍ରମିକ ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଥିବା ପ୍ରତିଷ୍ଠା ଦିବସରେ ସଭାପତି ମହମ୍ମଦ ମୂର୍ତିଯା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ହିନ୍ଦ୍ ମଜଦୂର ସଭା କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି ଯୋଗଦାନ କରି କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମ ନୀତିକୁ ସମାଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଏଫ୍ ଆର୍ ପି ଏବଂ ପାୱାର ଶ୍ରମିକ ସଂଘର ଉପଦେଷ୍ଟା ଗୋକୁଳ ମେହେର, ସଂଜିତ ମହାନ୍ତି ସମ୍ବଲପୁର ଜିଲ୍ଲା ର ବିଭିନ୍ନ ଶିଳ୍ପ ସଂସ୍ଥା ହିନ୍ଦ୍ ମଜଦୂର ସଭା ଶ୍ରମିକ ସଂଗଠନ କୁ ଆହୁରି ସୁଦୃଢ କରିବା ପାଇଁ ଆହ୍ୱାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଦୂର୍ଯ୍ୟ ମହାନ୍ତି, ସଞ୍ଜୀବ ପ୍ରଧାନ, ସାଧାରଣ ସମ୍ପାଦକ ଗଜେନ୍ଦ୍ର ଦାସ୍, ବଳରାମ ଦାସ ପ୍ରମୁଖ ମଞ୍ଚଶିନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଯୋଗେନ୍ଦ୍ର ବହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।