-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ପାଟଣାଗଡ଼ ( ଗୋରେଖନାଥ ବରିହା ) ସ୍ଥାନୀୟ ରମାଇ ହାଇସ୍କୁଲ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବଲାଙ୍ଗୀର ଓ ଏ.ଲି.ମ.କୋ ଭୁବନେଶ୍ୱର ପକ୍ଷରୁ ଦିବ୍ୟାଙ୍ଗଜନ ଓ ବି.ପି.ଏଲ ଶ୍ରେଣୀ ର ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ରେ ପାଟଣାଗଡ଼ , ଖପ୍ରାଖୋଲ ,ବେଲପଡା ବ୍ଳକ ସମେତ ପାଟଣାଗଡ଼ ଏନ୍.ଏ.ସି ଅଞ୍ଚଳ ର ଦିବ୍ୟାଙ୍ଗ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ଶିବିର ରେ ୪୦୯ ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିଲା ବେଳେ ୨୦୪ ଜଣ ଙ୍କୁ ଭିନ୍ନ କ୍ଷମ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ଉକ୍ତ ଶିବିରରେ ଏ.ଲି.ମକୋ ଦ୍ଵାରା ୧୪୨ ଜଣ ଙ୍କୁ ବିଭିନ୍ନ ବର୍ଗର ଭିନ୍ନକ୍ଷମ ଙ୍କୁ ଟ୍ରାଇସାଇକେଲ , ହ୍ୱିଇଲ ଚେୟାର ,ଆଶାବାଡି ,ୱ।କିଙ୍କଷ୍ଟିକ୍ , ଶ୍ରବଣ ଯନ୍ତ୍ର ,ବ୍ରେଲିକିଟ ,ଟେବେଲେଟ , ସ୍ମାର୍ଟ ଫୋନ ଆଦି ସାମଗ୍ରୀ ବଣ୍ଟନ କରିବା ନିମନ୍ତେ ଚିହ୍ନଟ କରାଯାଇଥିଲା । ପ୍ରଶିକ୍ଷଣ ଶିବିର ରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଧିକାରୀ ଡା ଆର୍ କେ ବିଶ୍ଵାଲ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ କୃଷ୍ଣ ସାହୁ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧବଲେଶ୍ଵର ଦଲପତି ,ଏସ୍ ଏସ୍ ଇ ପିଓ ବିଭାଗ ର ସମସ୍ତ କର୍ମଚାରୀ ଓ ଏ ଏଲ ଆଇ ଏମ୍ ସି ଓ ର ଜୁନିୟର ମ୍ୟାନେଜର ଦିଲିପ କୁମାର ସାମଲ ଙ୍କ ସହ ତାଙ୍କର ଟିମ୍ ର ସଦସ୍ୟ ଶିବିର କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।