-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
15-Jul-2024
ବଲାଙ୍ଗିର(ଦେବାଶିଷ ବହିଦାର ): ଜ୍ଞାନ ପ୍ରକାଶର ଅଷ୍ଟମ ଇଣ୍ଟରସ୍ଟିସିଆଲ୍ ନେସନାଲ କନଫରେନସ ରବିବାର ପୁର୍ବାହ୍ନ ୧୦ ଘଣ୍ଟା ସମୟରେ ଭୁବନେଶ୍ବରର ଜୟଦେବ ଭବନ ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି l ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ଯବକ୍ତା ଭାବେ ଏନ.ସି.ଇ.ଆର.ଟି ର ଶିକ୍ଷା ବିଭାଗର ମୁଖ୍ଯ ଡଃ ଲକ୍ଷ୍ମୀଧର ବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଚିତ୍ତରଞ୍ଜନ ପାଣିଗ୍ରାହୀ, ଦିଲ୍ଲୀର ଏତଭୋକେଟ ନରେଶ ବେରନା, ଜ୍ଞାନ ପ୍ରକାଶର ରାଜ୍ୟ ମୁଖ୍ୟ ଅମ୍ବିକା ସ୍ବାଇଁ, ସମ୍ପାଦକ ନରେଶ ସାହୁ ଯୋଗ ଦେଇଥିଲେ
ଏହି ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ ବଲାଙ୍ଗିର ବରପାଲି ପଡା ର ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆଙ୍କୁ 'ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ ୨୦୨୪' ରେ ସମ୍ମାନିତ କରିଥିଲେ । ଶ୍ରୀ ପଣ୍ଡିଆଙ୍କୁ ପ୍ରଶସ୍ତି ପତ୍ର, ଅଙ୍ଗବସ୍ତ୍ର, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏ ଖବର ପ୍ରଘଟ ହେବାପରେ ବଲାଙ୍ଗିର ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାହିତ୍ୟିକ, ଶୁଭେଚ୍ଛୁ ଓ ବନ୍ଧୁବର୍ଗ ଶ୍ରୀ ପଣ୍ଡିଆଙ୍କୁ ଶୁଭେଚ୍ଛା ଜଣାଉଛନ୍ତି