-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ରାଜ୍ୟ

ଶିଶୁଖାଦ୍ୟ ଛତୁଆରୁ ବ୍ୟାପକ ବାଟମାରଣା : ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ସାମିଲ୍ ? ନୂଆ ସରକାରଙ୍କ ଦୃଷ୍ଟିପଡୁ !

08-Jul-2024



ସୋନପୁର(ମନୋରଞ୍ଜନ ତ୍ରିପାଠୀ):  ସୁବର୍ଣ୍ଣପୁର ଜିଲ୍ଲାର ୬ ଟି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ବନାମ ସମନ୍ବିତ ଶିଶୁ ବିକାଶ ଯୋଜନା ବନାମ ଅଙ୍ଗନବାଡିର ଗର୍ବବତୀ ଓ ପ୍ରସୂତୀ ମହିଳାଙ୍କ ସମେତ ଶିଶୁମାନଙ୍କୁ ସରକାର ପ୍ରଦାନ କରୁଥିବା ଶିଶୁଖାଦ୍ୟ ଛତୁଆରୁ ବର୍ଷ ବର୍ଷ ଧରି ନିୟମିତ ବାଟମାରଣା ଚାଲିଛି। ଗୁରୁତର ଅଭିଯୋଗ ଏହା ଯେ ଏଥିରେ ବିଭାଗୀୟ ସିଡିପିଓ, ସୁପରଭାଇଜର୍, ବିଡିଓ, ଏସ୍ ଇ ଓ, ଉପଖଣ୍ଡ ଓ ଜିଲ୍ଲାର ଏସ୍ ସି ଏସ୍ ଓ  ତଥା ଡିଏସ୍ ଓ ଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସାମିଲ୍ ରହିଥିବା ଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି । ଏହା ସହିତ ପଞ୍ଚାୟତ ସମିତି ଓ ଅନ୍ୟାନ୍ୟ ନିର୍ବାଚିତ ଲୋକ ପ୍ରତିନିଧି ଓ ନିର୍ବାଚିତ ବଡବଡିଆଙ୍କ ମଧ୍ୟ ଏଥିରେ ଭାଗ ରହିଥିବା କୁହାଯାଉଛି । ଏପରିକି ଏହି ଛତୁଆ ପ୍ରସ୍ତୁତ କରୁଥିବା ମହିଳା ସ୍ବୟଂ ସହାୟିକା ଦଳ, ଗୁଣବତ୍ତା ପରୀକ୍ଷଣ ନିମନ୍ତେ ଆସୁଥିବା ମିଶନଶକ୍ତି ଅଧିକାରୀ, ଅଡିଟ୍ ବାଲା, ଭୁବନେଶ୍ବରରେ ଥିବା ପରୀକ୍ଷଣ ସଂସ୍ଥାର ଅଧିକାରୀ ଓ ବିଭାଗୀୟ ଉଚ୍ଚ ଅମଲାମାନେ ସଂଶ୍ଳିଷ୍ଟ ରହିଥିବାରୁ ବାରମ୍ବାର ଗଣମାଧ୍ୟମରେ ଏହି ଶିଶୁଖାଦ୍ୟ ନିମ୍ନମାନର, ପରିମାଣ କମ୍ ଓ ଅନ୍ୟାନ୍ୟ ଅଭିଯୋଗର ପ୍ରକୃତ ତଦନ୍ତ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର, ତରଭା, ବିନିକା, ଡୁଙ୍ଗୁରିପାଲି, ଉଲୁଣ୍ଡା ଓ ବୀରମହାରାଜପୁରର ଶିଶୁବିକାଶ ପ୍ରକଳ୍ପଗୁଡିକୁ ମିଶନଶକ୍ତି ବା ଏସ୍ ଏଚ୍ ଜି ଗୁଡିକର ଛତୁଆ ୟୁନିଟ୍ ଏହା ପ୍ରସ୍ତୁତ କରି ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ବଣ୍ଟନ କରିଥାଏ । ଗୋଟିଏ ବୁକ୍ ର ପ୍ରକଳ୍ପରେ ଏକ ବା ଏକାଧିକ ଛତୁଆ କେନ୍ଦ୍ର ରହିଛି । ଏହି କେନ୍ଦ୍ରକୁ ଗହମ ସରକାର ଯୋଗାଣ ବିଭାଗ ଜରିଆରେ ଯୋଗାଇ ଦେଉଥିବା ବେଳେ ଏହି ଛତୁଆରେ ମିଶାଯାଉଥିବା ବାଦାମ, ଚିନି, ବୁଟ ଆଦି ବାହାରୁ ଏସ ଏଚ ଜି କିଣିଥା'ନ୍ତି । କେନ୍ଦ୍ରର ମହିଳା ସଦସ୍ୟାମାନେ ଏହାକୁ ଗୁଣ୍ଡ କରି ଶୁଖିଲା ପ୍ୟାକ୍ କରି କେନ୍ଦ୍ରଗୁଡ଼ିକୁ ପଠାଇ ଥାଆନ୍ତି। ତେବେ ଏହି ଟିଏଚ ଆର୍ ବା ଶୁଖିଲା ଖାଦ୍ୟ ପ୍ରସ୍ତୁତର ଏକ ମାସ ମଧ୍ୟରେ ବଣ୍ଟନ କରାଯିବାର ନିୟମ ରହିଥିଲେ ହେଁ, ସବୁଠି ଏହାର ଉଲଙ୍ଘନ କରାଯାଉଥିବା ଦେଖାଯାଇଛି। ଫଳରେ ବିଶେଷକରି ଏଇ ବର୍ଷାଋତୁରେ ଏଥିରେ ପୋକ ଲାଗିଯାଉଛି । ପ୍ୟାକେଟରେ ଓଜନ କମ୍ ରହୁଥିବା ସହ ପ୍ରସ୍ତୁତି ଓ ଏକ୍ସପାୟାର୍ ତାରିଖ ରହୁନାହିଁ ବା ଜାଣିଶୁଣି ଭୁଲ୍ ଛାଡି ଦିଆଯାଉଛି। ଏ ମାସର ଗହମ ମିଳିଲାନି, ଅଧା ବା କମ୍ ମିଳିଲା ଇତ୍ୟାଦି ବିଭିନ୍ନ ବାହାନା କରାଯାଇ ଗୋଟିଏ ମାସର ସବୁକେନ୍ଦ୍ରକୁ ପଠାଯାଉନାହିଁ। ଅତ୍ୟନ୍ତ ଅପରିଷ୍କାର ସ୍ଥାନ ଓ ପ୍ରଦୂଷିତ ପରିବେଶରେ ଖାଲିଗୋଡରେ କାଦୁଅ, ଗୋବର, କୁକୁରଗୁହ ଆଦି ମାଡି  ଗାଉଁଲି ସଦସ୍ୟାମାନେ ଛତୁଆ ପ୍ରସ୍ତୁତ କରୁଥିବା ଦେଖାଯାଇଛି। ନିରୀକ୍ଷଣ ନାଁ'ରେ ନିୟମିତ ବଟି ନେଇ ଅଧିକାରୀମାନେ ଭୁଲ୍ ତ୍ରୁଟି ଧରୁ ନାହାଁନ୍ତି । ପ୍ରତିମାସ ଗୋଟିଏ ଗୋଟିଏ ଛତୁଆ ତିଆରି କେନ୍ଦ୍ରର ବିଲ୍ ପାଞ୍ଚଲକ୍ଷରୁ  ଦଶଲକ୍ଷ ପର୍ଯ୍ୟନ୍ତ ହେଉଛି । ମହିଳା ସ୍ବୟଂ ସହାୟିକା ଦଳର ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟାମାନଙ୍କ ପଛରେ ସେମାନଙ୍କର ସ୍ବାମୀ, ପୁଅ ଓ ରଖୁଥିବା ପୁରୁଷ କର୍ମଚାରୀମାନେ ହିଁ ସବୁ ବୁଝାବୁଝି କରୁଛନ୍ତି । ଏହି ଶିଶୁଖାଦ୍ୟ ଛତୁଆକୁ ପ୍ରକୃତରେ ଅଙ୍ଗନବାଡିର ଶିଶୁ ଓ ଗର୍ଭବତୀ/ପ୍ରସୂତୀ ମହିଳାମାନେ ଖାଉନଥିବା ଏବଂ ଗାଁ ଗାଁ ବୁଲି ବୁଲା ବିକାଳୀ ମାନଙ୍କ ଜରିଆରେ ବେପାରୀମାନେ ଏହାକୁ କମ୍ ଦାମ୍ ଓ ଲୁଣ ବଦଳରେ କିଣିନେଇ ବିକୁଥିବା ଓ ବସ୍ତୁତଃ ଏହା ଜର୍ସିଗାଈର ଗୋଖାଦ୍ୟ ରୂପେ ବ୍ୟବହୃତ ହେଉଥିବାର ଅନେକସମୟରେ ଅଭିଯୋଗ ପ୍ରକାଶ ପାଇ ଆସୁଛି । ଶିଶୁମାନଙ୍କର ପୁଷ୍ଟିସାଧନ ପରିବର୍ତ୍ତେ ଏହାର ଏଭଳି ଅପବ୍ଯବହାର ଓ କଳାବଜାରର ଅଭିଯୋଗ ପ୍ରତି ସରକାର ଆଦୌ ସଚେତନ ନୁହଁନ୍ତି । 

ଏହି ଜିଲ୍ଲା ସମେତ ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୂଆପଡା ଆଦି ଆଦିବାସୀ ଅଧ୍ୟୁଷିତ, ଦାଦନପ୍ରବଣ ଜିଲ୍ଲାର ଅପପୁଷ୍ଟିର ଶିକାର ହେଉଥିବା ଏହି ଶିଶୁଖାଦ୍ୟରେ ବାଟମାରଣା ସମ୍ପର୍କରେ ବହୁ ଦୃଷ୍ଟ୍ବାନ୍ତ ରହିଛି । କିଛିବର୍ଷ ତଳେ ସୋନପୁର ଶିଶୁ ବିକାଶ ପ୍ରକଳ୍ପର ବାଘପାଲି ଗ୍ରାମର ଏକ ଛତୁଆକେନ୍ଦ୍ରରେ ଘଟିଥିବା ଦୁର୍ନୀତି , ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଆଣୁଥିବାବେଳେ ଜଣେ ଗ୍ରାମ୍ୟ କୁଜିନେତାର ଡକାୟତି ସହ କେନ୍ଦ୍ରର ଗୃହକୁ ଚଞ୍ଚକତା ପୂର୍ବକ ମାଡି ବସିବା ଏବଂ ତା'ପରେ ଥାନାରେ ଏତଲା ସତ୍ତ୍ୱେ ଅଦ୍ୟାବଧି ଜିଲ୍ଲାରେ ରହିଥିବା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପକ୍ଷପାତ ତଦନ୍ତରେ ଏହି କେନ୍ଦ୍ରକୁ ସାଗରପାଲିର ଅସାଧୁ ଲୋକଙ୍କର ହାତବାରିସୀ ହୋଇଥିବା ଏକ ତଥାକଥିତ ମହିଳାଗୋଷ୍ଠୀକୁ ଦିଆଯାଇଥିବାର କଳାଇତିହାସ ଲୋକଙ୍କ ମନରୁ ଲିଭିନାହିଁ । 

ଆହୁରି ମଧ୍ୟ, ପୂର୍ବରୁ ଜିଲ୍ଲାରେ ଅବସ୍ଥାପିତ।ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭୁବନେଶ୍ଵରରେ ବିଭାଗୀୟ ପଦସ୍ଥ ଅଧିକାରୀ ହେବାପରେ ସୋନପୁର ସମେତ କଳାହାଣ୍ଡିର ଏଭଳି ଅନିୟମିତତାର ତଦନ୍ତ କରିବାକୁ ଆସି ହଠାତ୍ ଅଧାରୁ ଫେରିଯିବାର କାରଣ ସନ୍ଦେହ ସୃଷ୍ଟି କରିଥିଲା । 

ଏହି ଛତୁଆୟୁନିଟ୍ ଚଳାଉଥିବା ଏସଏଚ ଜି ଗୁଡିକର ମୁନାଫା ଏତେ ଯେ , ଏହାକୁ କେନ୍ଦ୍ରକରି ଗୋଷ୍ଠୀର କର୍ମକର୍ତ୍ତୀ ବା କେନ୍ଦ୍ରର ପରିଚିଳିକାଙ୍କ ଅଭିଯୋଗକ୍ରମେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଏକାଧିକ ବିବାଦ , ଭିଜିଲାନ୍ସ ଟ୍ରାପ୍ ଓ କନ୍ଦଳ ଘଟିଯାଇ ତତ୍କାଳୀନ ଏକାଧିକ ସିଡିପିଓ ଓ ସୁପରଭାଇଜର ଗିରଫ ହୋଇ ଜେଲ୍ ଯାଇଥିଲେ । ଏବେ ମଧ୍ୟ ଏଭଳି ଟଣାଓଟରା ଉପରୋକ୍ତ ଜିଲ୍ଲାରେ ଲାଗି ରହିଛି । 

ଉଲ୍ଲେଖନୀୟ ଯେ, କିଛିଦିନ ଛତୁଆରୁ ମୁନାଫା ଅର୍ଜନ କରୁଥିବା ଏଭଳି ଏସଏଚଜି ସଭାନେତ୍ରୀ ଓ ସମ୍ପାଦିକାମାନେ ନିର୍ବାଚନ ଲଢିଥିବା ପରି ଉଚ୍ଚାକାଂକ୍ଷିଣୀ ହୋଇପଡିଥିବା ଦେଖାଯାଇଛି ।

ତେବେ ସେ ଯାହାହେଉ, ଆଗାମୀ ଦିନରେ ସୋନପୁର ଓ ବଲାଙ୍ଗୀର ଜିଲ୍ଲାର କେତୋଟି ଦୁର୍ନୀତିଗ୍ରସ୍ତ ଛତୁଆ ପ୍ରସ୍ତୁତ କେନ୍ଦ୍ରର ଖୋଳତାଡ କରାଯିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like