-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
08-Jul-2024
ତରଭା(ପ୍ରେରଣା ଖବର ): ତରଭା ବ୍ଲକ ପାଇକବାହାଲ ପଞ୍ଚାୟତର ରାଜପାଲି/ବ୍ରାହ୍ମଣୀପାଲିର ପ୍ରସିଦ୍ଧ ଦେବୀ ବାରପାହାଡପୀଠରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାରପାହାଡ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଇକବାହାଲ ପଞ୍ଚାୟତର ରାଜପାଲି, ବ୍ରାହ୍ମଣୀପାଳି ଓ ଡାହିମାଳ ଗ୍ରାମର ଲୋକମାନେ ଯୋଗଦେଇ ସାମୁହିକ ବୃକ୍ଷରୋପଣ କରିଥିଲେ। ବାରପାହାଡ ଜଙ୍ଗଲର କଡେ କଡେ ଯାଇଥିବା ବୁର୍ଡା-ଅର୍ଜୁନପୁର ରାସ୍ତାକଡରେ
ରେ ବର, ପିପ୍ପଳ,ଜାମୁ, ଲଙ୍କାଭେଲୁଆଁ, ନିମ୍ବ ଇତ୍ୟାଦି ଗଛ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାରାୟଣପୁର ସେକ୍ସନ ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର ଯୋଗଦେଇ ଖୁବ ଅଲ୍ପଦିନ ମଧ୍ୟରେ ବନବିଭାବ ପକ୍ଷରୁ ଏଠାରେ ପ୍ରାୟ ୧୫୦୦ ଫଳବୃକ୍ଷ ରୋପଣ କରାଯିବ ଓ ଚେକଡ୍ୟାମ ନିର୍ମାଣ,ଜଳସଂରକ୍ଷଣ ପ୍ରକଲ୍ପ ଓ ଦେବୀପୀଠକୁ ପାହାଚ ନିର୍ମାଣ ନେଇ ପଦକ୍ଷେପ ନିଆଯାଉଛି ବୋଲି ଉପସ୍ଥିତ ଲୋକଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ମଦନମୋହନ ପଣ୍ଡା, ରାଜେନ୍ଦ୍ର ପଣ୍ଡା, ଭାଗିରଥି ସାହୁ, ନାଥ ସା, ଦାମୋଦର ଶିକା, ମହେଶ ପଣ୍ଡା, ପିଣ୍ଟୁ ପଣ୍ଡା,ଚୈତନ୍ୟ ମହାଲିଙ୍ଗ,ରାଜୀବ ପଣ୍ଡା, ଚିତ୍ତରଂଜନ ସା ପ୍ରମୁଖ ସାମିଲ ରହି ବୃକ୍ଷରୋପଣ କରିଥିଲେ ।