-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
07-Jul-2024
ବଲାଙ୍ଗିର(ଚିତ୍ରସେନ ବେହେରା): ବଲାଙ୍ଗୀର ରେ ରଥଯାତ୍ରାର ପରଂପରା ବହୁ ପ୍ରାଚୀନ।ସମ୍ଭବତଃ ପାଟଣା ରାଜ୍ୟର ଶାସନ ମୁଖ୍ଯ ରମାଇଦେଓଙ୍କ ସମୟରୁ ଏହା ଆରମ୍ଭ ହୋଇଥିବା ଜଣାପଡେ। ଚଳିତ ବର୍ଷ ପବିତ୍ର ଘୋଷଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର ଆୟୋଜନରେ ଏହି ଘୋଷଯାତ୍ରାର ଧାରାବିବରଣୀ ପ୍ରଦାନ କରାଯାଇଥିଲା।ସହରର ମୁଖ୍ଯ ରାସ୍ତାରେ ଥିବା ଆଶିଷ ପ୍ଲାଜା ଠାରେ ସୂଚନା ଓ ଲୋକସମ୍ପର୍କ
ବିଭାଗ ଅଧିକାରୀ ସରୋଜ କୁମାର ସାହୁଙ୍କ ପରିଚାଳନାରେ, ଶିକ୍ଷାବିତ୍ ସନାତନ ଠାକୁର, କବି ମଧୁସୂଦନ ନାୟକ,ସାମ୍ବାଦିକ ସନ୍ଦୀପ କୁମାର କୁଅଁର, ଅଧ୍ୟାପିକା ପ୍ରବଚିକା ଏଲୋରା ମିଶ୍ର
ପ୍ରମୁଖ ବଲାଙ୍ଗୀର ର ରଥଯାତ୍ରା ପରଂପରା,ଜଗନ୍ନାଥ ତତ୍ତ୍ବ, ଜଗନ୍ନାଥ ସଂସ୍କୃତି ସହ ବଲାଙ୍ଗିର ର ସଂପର୍କ ରେ କହି ଧାରାବିବରଣୀ ପ୍ରଦାନ କରିଥିଲେ। ଏହି କେନ୍ଦ୍ର ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର କେଶବ ବାଗ , ସୁରେଶ ପଟେଲ , କମଳା କାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ |