-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
07-Jul-2024
ବୋଡ଼େନ (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲାରେ ସର୍ବମୋଟ ୪୩ ଟି ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ବୋଡ଼େନ ବ୍ଲକର ପାତାଲଗଙ୍ଗା,ତରାପୁର,କରଙ୍ଗାମାଳ,ରୋକାଲ ,ପଳସଦା,ଡମଝର,ଖଇରା ସମେତ ଆଉ କିଛି ସ୍ଥାନରେ ମଧ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ରୋକାଲ ପଞ୍ଚାୟତର ତରାପୁର ଓ ରୋକାଲ ଗ୍ରାମରେ ପ୍ରଭୁଙ୍କ ରଥ ଯାତ୍ରା ହୁଏ ।ଆଜି ତରାପୁର ଶ୍ରୀ ଜଗନ୍ନାଥ ମନ୍ଦିର ପାଖରେ ବହୁ ସଂଖ୍ୟାରେ ଲୋକ ସମାଗମ ହୋଇ ରଥ ଯାତ୍ରାରେ ରଥ ଟଣା ଯାଇଛି ଶାନ୍ତି ଶୃଙ୍ଖଳା ବଜାୟ ରଖି ।ପ୍ରଶାସନ ପକ୍ଷରୁ ବିଭିନ୍ନ ଦିଗରେ ସହଯୋଗ କରାଯାଇଛି ।କୌଣସି ଅଘଟଣ ଯେମିତି ନ ଘଟେ ତା' ପାଇଁ ସରକାରୀ କଳ ପ୍ରୟାସ କରିଛି ।ବିଦ୍ୟୁତ୍ ବିଭାଗ କର୍ମଚାରୀ ବିଦ୍ୟୁତ କାଟ ସହ ବିଦ୍ୟୁତ ସଂଯୋଗ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।ବ୍ଲକ କର୍ମଚାରୀ ଜି ପି ଇ ଓ ଙ୍କ ସମେତ ଅନ୍ୟ କର୍ମଚାରୀ ରଥ ଟଣା ଶେଷ ଯାଏଁ ଉପସ୍ଥିତ ରହି ସହଯୋଗ କରିଛନ୍ତି ।ପୋଲିସ କର୍ମଚାରୀ ମଦନ ଶଗଡ଼ିଆ ଙ୍କ ସହ ଅନ୍ୟ ଦୁଇ ସହଯୋଗୀ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ । ଅଞ୍ଚଳର ଲୋକଙ୍କ ଭକ୍ତିକୁ ଦେଖିଲେ ଲାଗୁଛି ସତେ ଯେମିତି ଆହୁରି କିଛି ବର୍ଷ ପରେ ପ୍ରତ୍ୟେକ ଗ୍ରାମରେ ରଥ ଯାତ୍ରା ଆୟୋଜନ ହେବାର ସମ୍ଭାବନା ବେଶୀ ।