-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jul-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ)'ରାଜ୍ୟରେ ବିଜେପି ଯେଉଁ ପରିବର୍ତ୍ତନର ଆଶା ଭରସା ଦେଇ ଆସିଥିଲା। ନୂଆ ଯୋଜନା ଓ ସେବା ଦେବେ କହିଥିଲେ। ହେଲେ ସେ ସବୁକୁ ଗୁରୁତ୍ବ ନ ଦେଇ ବିଜେପି ରଙ୍ଗ ବଦଳା ରାଜନୀତିରେ ମାତିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ କରିଥିଲେ। ବ୍ଲକରୁ ହେଡ଼କ୍ୱାର୍ଟରରେ କମ ଦାମରେ ପହଞ୍ଚାଇବାକୁ କରିଥିଲେ। ଉକ୍ତ ବସର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରୁ ପ୍ରମାଣିତ ହେଉଛି କିଛି ନୂଆ ଯୋଜନା କି ସେବା କରୁ ନାହାନ୍ତି। କିଛି ନୂଆ କରିବେ ନାହିଁ, ଏହା ପ୍ରମାଣିତ ହେଲା। କେଉଁ ଖର୍ଚ୍ଚରେ ଆଉ କାହା କଥାରେ କଲେ, ଜବାବ ନାହିଁ। ନବୀନ ଯୋଜନାରେ ରଙ୍ଗ ବୋଳିବେ ଓ ପ୍ରଚାର କରିବେ। ନିଜ ନେତାଙ୍କ ଫୋଟୋ ଲଗାଇବା ଅପଚେଷ୍ଟା କରୁଛନ୍ତି ନିଜ ପ୍ରଚାର ପାଇଁ। ନବୀନ କିପରି ଭଲ କରୁଥିଲେ ଏହି ବସ ଦ୍ୱାରା, ତାହା ଭୁଲାଇବାକୁ ଏହା କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତି। ବିଜେଡି ଯୋଜନାରେ ରଙ୍ଗ ଲଗାଇ କି ଛପା ଲଗାଇଲେ ସଫଳ ହେବେନି। କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ।