-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
ତରଭା(କପିଳାସ ସେଠ)ଚାଷ ଜମିରେ ଟ୍ରାକ୍ଟର ଓଲଟିଚାପି ହୋଇ ଜଣେ ଯୁବକ ମୃତ ଘଟଣା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି I ବର୍ତ୍ତମାନ ପ୍ରୟନ୍ତ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର ଜବତ ହୋଇ ନଥିବା ବେଳେ ମାଲିକ ମଧ୍ୟ୍ୟ ଚି଼ହ୍ନଟ ହୋଇ ନାହିଁ I ତରଭା ପୋଲିସ ସୂତ୍ରରୁ ମିଥିବା ସୂଚନା ଅନୁଯାୟୀ ବନ୍ଧ କେଡ଼ା ଗ୍ରାମର ଭଗରଥୀ ସୁନା ଙ୍କ ଧାନ କ୍ଷେତରେ ଟ୍ରାକ୍ଟର ଚାଷ କାମ କରୁଥିବା ବେଳେ ଦୁବୁଲା ଗ୍ରାମରଟ୍ରାକ୍ଟର ଡ୍ରାଇଭର ସିଦ୍ଧାନ୍ତସୁନା କାମ କରୁଥିଲା । କୌଣସି କାରଣରୁ ଟ୍ରାକ୍ଟର ଓଲଟି ପଡିବାରୁ ସିଦ୍ଧାନ୍ତ ଟ୍ରାକ୍ଟର ରେ ଚାପି ହୋଇ ରହିଗଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ତରଭା ଡାକ୍ତରଖାନା କୁ ଆଣିଥିଲେ। କିନ୍ତୁଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏସମ୍ପର୍କ ଖବର ପାଇ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ଡାକ୍ତର ଥାନା ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ। ତରଭା ଥାନା କେଶ ନ 215ଏକ ମାମଲା ରୁଜୁ କରି ପୁଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ଦେଇ ଥିଲେ I ଶବ ବ୍ୟବ ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ଦିଆଯାଇଛି I ଏ ନେଇ ତରଭା ଥାନା ଆଇଆଇସି ଅନିତା କିଡୋ ପ୍ରକାଶ କରିଛନ୍ତି I କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ଏହାର ଅଧିକ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି। ଟ୍ରାକ୍ଟର ରେ ଚାପି ହୋଇ ଯୁବକ ର ମୃତ୍ୟୁ ହେବାର 12ଘଣ୍ଟା ବିତି ଯାଇଥିଲେ ମଧ୍ୟ୍ୟ ଟ୍ରାକ୍ଟର ଜବତ କରାଯାଇ ପାରିନାହିଁ କି ମାଲିକ କୁ ଚି଼ହ୍ନଟ କରାଯାଇ ନଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି I ସୂଚନା ଯୋଗ୍ୟ ଯେ ଯେଉଁ ଟ୍ରାକ୍ଟର ରେ ଚାପି ହୋଇ ଯୁବକ ମୃତ୍ୟୁ ହୋଇଛି ସେହି ଟ୍ରାକ୍ଟର ଟି ଗତ ତିନି ଦିନ ତଳେ କିଣା ଯାଇଥିବାର ସୂଚନା ଦିଆଯାଇ କାଗଜ ପତ୍ର ପରୀକ୍ଷା କରାଯାଉଛି ବୋଲି ପ୍ରକାଶ କରିବା ତଦନ୍ତ ରେ ସ୍ୱଛତା ନେଇ ବିଭିନ୍ନ ମହଲ ରେଭିନ୍ନ ପ୍ରକାର ଆଲୋଚନା ହେଉଛି I