-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
(ମିହିର ଶଙ୍କର ପାତ୍ର,)
ଗତ ଜୁଲାଇ ୧ ତାରିଖରେ ସାଂସଦ ରେ ରାହୁଲ ଗାନ୍ଧୀ ହିନ୍ଦୁ ମାନଙ୍କୁ ହିଂସ୍ର ବୋଲି କହିବା ପରେ ୩ ତାରିଖ ଦିନ ନବରଙ୍ଗପୁର ଏସପି ଙ୍କୁ ହିନ୍ଦୁ ମହାସଂଘ ପକ୍ଷରୁ ଅଭିଯୋଗ ପ୍ରଦାନ କରାଯାଇଥିଲା। ଆଜି ଜଟାବାଲ ରେ କୁଶ ପୁତ୍ତଳିକା ଦାହ କରି ହିନ୍ଦୁ ମହାସଂଘ ତାଙ୍କ ବିରୋଧ ପ୍ରଦର୍ଶନ କରିଛି। ଏହି ଅବସରରେ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଜଗନ୍ନାଥ ଶତପଥୀ, ମିଡ଼ିଆ ସଂଯୋଜକ ଗୋରା ହରିଜନ, ଜଳନ୍ଧର ସିଂ, ଜୟ ସେନ୍ ନାଗେଶ, ବିଭୁତି ନାୟକ, ପ୍ରଶାନ୍ତ ସିଂ, ଗୋବିନ୍ଦ ସିଂ, ପଦମ ଗଣ୍ଡା, ଡମ୍ବରୁ ଚାଲାଣ, ଜଗନ୍ନାଥ ପୂଜାରୀ, ଶ୍ରୀକାନ୍ତ ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ