-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
ମୁରିବାହଲ(ସୁଦାମ ଚରଣ ବଘାର ) 'ମୁରିବାହାଲ ବ୍ଲକ ସଦରମହକୁମା ସ୍ଥିତ ପଂଚାୟତି ହାଇସ୍କୁଲ ପରିସରରେ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ ପଂଚାୟତି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁନିଲ କୁମାର ପାତ୍ର ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁରିବାହାଲ ଫରେଷ୍ଟର ପୁଷ୍ପାଞ୍ଜଳୀ ଯୋଷୀ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ବନ ମହୋତ୍ସବ ସପ୍ତାହ ବିଷୟ ରେ ସଚେତନ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ଯାଳୟ
ତରଫରୁ ଏକ ସଭାକାର୍ଯ୍ୟ ହୋଇଥିଲା। କାର୍ଯ୍ୟକ୍ରମ ରେ ବିଦ୍ଯାଳୟ ର ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି, ଚନ୍ଦ୍ର ଧ୍ବଜ ଭୋଇ,
ମନୋଜ କୁମାର ସ୍ବାଇଁ, ବିକ୍ରମ ପୁରୋହିତ, କଳାକାନ୍ହୁ ରଣା, ଶିଶିର ବୈଠାରୁ, ସ୍ବାଗତ ମେହେର, ସୋମନାଥ ମାଝୀ, ଶିକ୍ଷୟତ୍ରୀ ରଶ୍ମି ଲତା ପାତ୍ର, ଡି ରିଚେଲ ନାଗ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ବନ ମହୋତ୍ସବ ସପ୍ତାହ ପାଳନ ବିଷୟ ରେ ବାର୍ତ୍ତା ଦେଇଥିବା ସହ ବିଦ୍ଯାଳୟ ପରିସରରେ ବ୍ରୁକ୍ଷ ରୋପଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଛ ଲଗାଇବା ପାଇଁ ଏକ ରେଲି ଯୋଗେ ବିଭିନ୍ନ ସ୍ଲୋଗାନ ଦେଇ ଅଞ୍ଚଳର ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏଥିରେ ବିଦ୍ଯାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।