-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||     

HOME   ରାଜ୍ୟ

ପୁଇଁତଳା ବ୍ଲକରେ ୧୦୦ଏକର ଜମିରେ ଭିଟାମିନଯୁକ୍ତ ଧାନ ଓ ୧୦ଏକର ସଜନାଚାଷ ଲକ୍ଷ୍ୟ ଚାଷୀଙ୍କୁ ମାଗଣାରେ ବିହନ ବଣ୍ଟନ

05-Jul-2024



ବାଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକଅଞ୍ଚଳରେ ୧୦୦ଏକର ଜମିରେ ଭିଟାମିନଯୁକ୍ତ ଧାନ ଓ ୧୦ ଏକର ଜମିରେ ସଜନାଚାଷ କରାଯିବାକୁ ପ୍ରଗତି ଫାର୍ମର୍ସ ପ୍ରଡ୍ୟୁସରକମ୍ପାନୀ ଲକ୍ଷ୍ୟ ରଖିଛି । ସେଥିପାଇଁ ଚାଷିଙ୍କୁ ଆବଶ୍ୟକ ତାଲିମ ଦେବା ସହିତ ଆଜି ଚାଷିଙ୍କୁ ମାଗଣାରେ ବିହନବଣ୍ଟନ କରିଛି । ପୁଇଁତଳା ବ୍ଲକର ଛତାପିପଲ ପଞ୍ଚାୟତର କୁଣ୍ଡାମାଳ ଗାଁଠାରେ ଥିବା ପ୍ରଡ୍ୟୁସରକମ୍ପାନୀର କାର୍ଯ୍ୟାଳୟରେ ଆଜି ଏହି ବିହନବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଗତି ଏଫପିଓର ପରିଚାଳନା ନିର୍ଦ୍ଦେଶକ ମୋତିଲାଲ ମିଶ୍ରଙ୍କ ସଭାପତିତ୍ୱ ଓ କମ୍ପାନୀର ବିଟିଏମ ବାସୁଦେବ ବସ୍ତିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୁଇଁତଳା ବ୍ଲକର ସହକାରୀ କୃଷିଅଧିକାରୀ ଅଭିଷେକ ପାଢୀ,ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ମହାଶକ୍ତି ଫାଉଣ୍ଡେସନର ଜିଲ୍ଲା କ୍ଷେତ୍ରଅଧିକାରୀ ସମ୍ପଦ ପଟେଲ ପ୍ରମୁଖ ଯୋଗଦେଇ ଚାଷିଙ୍କୁ ଭିଟାମିନଯୁକ୍ତ ଧାନ ଓ ଏହାର ଚାଷସମ୍ପର୍କିତ ପରାମର୍ଶ ଦେବା ସହିତ ବିହନବଣ୍ଟନ କରିଥିଲେ । ମୋତିଲାଲ ମିଶ୍ର ପ୍ରଗତି ଏଫପିଓ ବିଷୟରେ କହିବା ସହିତ ଏହା ଚାଷିଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ କମ୍ପାନୀର କାର୍ଯ୍ୟକ୍ରମ ସହିତ ଯୋଡିବାର କାର୍ଯ୍ୟକରୁଛି । ଗତ ୨୦୧୯ ମସିହାରୁ ଏହା କାର୍ଯ୍ୟ ଆରମ୍ଭ କରି ଆଜି ପୁଇଁତଳା ବ୍ଲକର ୧ହଜାର ଚାଷି ଓ ୨୭ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମହିଳାଙ୍କୁ ଯୋଡି ପାରିଛି । ଗତବର୍ଷ ଏହି ଏଫପିଓ ପକ୍ଷରୁ ୧୦ଏକର ଜମିର ଫର୍ଟିଫାଏଡ ଧାନ ବଣ୍ଟନ କରିଥିବା ବେଳେ ଚଳିତବର୍ଷ ଏହା ୧୦୦ଏକର ଜମିରେ ଏହାକୁ କରାଯିବ । ଗତବର୍ଷ ମୁଗ, ତିଆସିଚଣା ଇତ୍ୟାଦି ମଧ୍ୟ ଚାଷ କରାଯାଇଥିଲା ଓ କମ୍ପାନୀ ସେହି ଉତ୍ପାଦକୁ ଚାଷିଙ୍କଠାରୁ କିଣି ତାକୁ ପ୍ୟାକିଂ କରି ବଜାରକୁ ଛାଡିଥିଲା ବୋଲି ଶ୍ରୀ ମିଶ୍ର କହିଥିଲେ । ମୁଖ୍ୟଅତିଥି ଏଏଓ ଶ୍ର୍ରୀ ପାଢୀ ଫର୍ଟିଫାଏଡ ଧାନରୁ ଉତ୍ପାଦିତ ଭିଟାମିନଯୁକ୍ତ ଚାଉଳ ମଣିଷର ପ୍ରୋଟିନର ଆବଶ୍ୟକତାକୁ ପୂରଣ କରିଥାଏ । ପୂର୍ବରୁ ହେଉଥିବା ଧାନରେ କେବଳ ଶ୍ୱେତସାର ଥିବା ବେଳେ ଏବେ ବୈଜ୍ଞାନିକମାନଙ୍କ ଉଦ୍ୟମରେ ଧାନରେ ସିଧାସଲଖ ଭିଟାମିନ ମିଶାଇ ଚାଷି କରାଯାଇପାରୁଛି  ବୋଲି କହିଥିଲେ । ସେହିପରି ସମ୍ମାନୀତ ଅତିଥି ଶ୍ରୀ ପଣ୍ଡା ଧାନଚାଷରେ ରାସାୟନିକ ସାର ବଦଳରେ ଜୈବିକ ଖତର ବହୁଳ ବ୍ୟବହାର କରିବାକୁ ଚାଷିଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀଦିନରେ ପୁଇଁତଳା ବ୍ଲକ ଲୋୟରସୁକତେଲ ପ୍ରକଲ୍ପର ଜଳରୁ ଜଳସେଚିତ ହେବାକୁ ଯାଉଛି ଓ ସରକାର ଧାନ କ୍ୱିଣ୍ଟାଲ ୩୧୦୦ କରିବାକୁ ଯାଉଛନ୍ତି । ତେଣୁ ପୁଇଁତଳା ବ୍ଲକଅଞ୍ଚଳର ଚାଷି ଉନ୍ନତକିସମର ଭିଟାମିନଯୁକ୍ତ ଧାନବିହନ ନେଇ ଚାଷକରି ଉପକୃତ ହେବାକୁ କହିଥିଲେ । ଅନ୍ୟତମ ପରିଚାଳନା ନିର୍ଦ୍ଦେଶକ ମଧୁସୂଦନ କ୍ଷେତି ଚାଷିଙ୍କୁ ସଜନାଚାଷ ବିଷୟରେ ତାଲିମ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଫପିଓ ନିର୍ଦ୍ଦେଶକ ସୁରେନ୍ଦ୍ର ମହାକୁର,ବନମାଳୀ ଖମାରୀ, ତ୍ରୀନାଥ ମହାକୁର,ପ୍ରହଲ୍ଲାଦ ଡାଙ୍ଗ,ବିଟିଏମ ପ୍ରଦୀପ କୁମାର ବନପଲେିଇ, ର୍ମଚାରୀ ସତ୍ୟାନନ୍ଦ ମହାକୁର,ଲକ୍ଷ୍ମଣ ଡାଙ୍ଗଙ୍କ ସହ ଶତାଧିକ ଚାଷି ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026

You Might Also Like