-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Jul-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ସମ୍ଭ୍ରାନ୍ତ ପରିବାରରେ ଅଭାବନୀୟ ଘଟଣା। ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ବାପାଙ୍କୁ ଛୁରୀ ଭୁସି ହତ୍ୟା କଲେ ଜଣେ ପ୍ରଫେସର୍ ପୁଅ।ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଡିଏଚପିଏଲ୍ ନାମକ ଏକ ଆପାର୍ଟମେଣ୍ଟରେ ଏହି ହତ୍ୟାକାଣ୍ଡ ଘଟିଛି। କୌଣସି କାରଣରୁ ବାପା ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟା ହୋଇଥିବା କୁହାଯାଉଛି। ମୃତକ ହେଲେ ସୁନୀଲ ଚୌଧୁରୀ ଏବଂ ଅଭିଯୁକ୍ତ ପୁଅ ହେଲେ ଅନିରୁଦ୍ଧ ଚୌଧୁରୀ। ଅଭିଯୁକ୍ତ ରାଜଧାନୀର ଏକ ଘରୋଇ ଆଇନ ମହାବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ସେ ବିବାହିତ। ରାତି ପ୍ରାୟ ୩ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀଙ୍କୁ ଗିରଫ କରିଛି।