-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ରାଜ୍ୟ

ଓଡ଼ିଶା ପ୍ରଶାସନ କେମିତି ପାଇବ ନୂଆ ପରିଚୟ ? କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ?

30-Jun-2024



ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଥିବା ମନୋଜ ଆହୁଜାଙ୍କ ଆଗରେ ଭରପୂର ଚାଲେଞ୍ଜ । କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ? କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ? ଆସନ୍ତା ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଛନ୍ତି ମନୋଜ ଆହୁଜା। ନୂଆ ସରକାରରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ରହିଛି ଭରପୂର ଆହ୍ବାନ। ପୁରୁଣା ସରକାର ସମୟରେ ବ୍ୟୁରୋକ୍ରାସିରେ ଲାଗିଥିବା ରାଜନୀତିର ଦାଗକୁ ଲିଭେଇ ସ୍ୱଚ୍ଛ କରିବା, ତିଆରି ହୋଇଥିବା ଓଡିଆ- ଅଣ ଓଡିଆ ଅଧିକାରୀ ଫିଲିଙ୍ଗସକୁ ଦୂର କରିବା ସହ ବିଜେପି ସରକାର ଦେଇଥିବା ସବୁ ନିର୍ବାଚନୀ ପ୍ରତୁଶ୍ରୁତିକୁ କାର୍ଯକାରୀ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି କୁହା ଯାଉଛି।ଆସନ୍ତା ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଛନ୍ତି ମନୋଜ ଆହୁଜା। ନୂଆ ସରକାରରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ରହିଛି ଭରପୂର ଆହ୍ବାନ। ପୁରୁଣା ସରକାର ସମୟରେ ବ୍ୟୁରୋକ୍ରାସିରେ ଲାଗିଥିବା ରାଜନୀତିର ଦାଗକୁ ଲିଭେଇ ସ୍ୱଚ୍ଛ କରିବା, ତିଆରି ହୋଇଥିବା ଓଡିଆ- ଅଣ ଓଡିଆ ଅଧିକାରୀ ଫିଲିଙ୍ଗସକୁ ଦୂର କରିବା ସହ ବିଜେପି ସରକାର ଦେଇଥିବା ସବୁ ନିର୍ବାଚନୀ ପ୍ରତୁଶ୍ରୁତିକୁ କାର୍ଯକାରୀ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି କୁହା ଯାଉଛି।ଓଡ଼ିଶା ପ୍ରଶାସନ କେମିତି ପାଇବ ନୂଆ ପରିଚୟ ? କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ? କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ? ରାଜ୍ୟ ପ୍ରଶାସନର ନୂଆ ମୁଖିଆ ଭାବେ ଜୁଲାଇ ପହିଲାରୁ ଦାୟିତ୍ୱ ନେବାକୁ ଯାଉଥିବା ଆଇଏସ ମନୋଜ ଆହୁଜାଙ୍କ ସାମ୍ନାରେ ଏମିତି ଅନେକ ଚାଲେଞ୍ଜ। କାହିଁକିନା, ୨୪ ବର୍ଷର ସରକାର ବଦଳି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛି ବିଜେପି। ସେ ଦୃଷ୍ଟିରୁ ବିଜେଡି ସରକାର ସମୟର ସଚିବ ସର୍ବସ୍ୱ ବ୍ୟବସ୍ଥା, କୋଟେରୀ ଶାସନ, ଅଫିସର ରାଜ, ନେତା ଓ ମନ୍ତ୍ରୀଙ୍କୁ ଅଣଦେଖାର ପରମ୍ପରାକୁ ହଟାଇ ପ୍ରଶାସନର ଷ୍ଟାଇଲ ଅଫ୍ ଫଙ୍କସନିଂକୁ ବଦଳାଇବାକୁ ହେବ। ପ୍ରଶାସନରେ ବଦଳୁଥିବା ଚରିତ୍ରର ନୂଆ ବାର୍ତ୍ତା ଦେବାକୁ ହେବ, ସରକାରଙ୍କ ପାଖରେ ବ୍ୟୁରୋକ୍ରେସିକୁ ଉତ୍ତର ଦାୟୀ କରିବା ସହ ନବୀନ ସରକାର ସମୟରେ ହୋଇଥିବା କ୍ଷମତାର କେନ୍ଦ୍ରୀକରଣ ବ୍ୟବସ୍ଥାକୁ ହଟାଇ କ୍ଷମତାର ବିକେନ୍ଦ୍ରୀକରଣ କରିବାକୁ ହେବ। କେବଳ ସେତିକି ନୁହେଁ ପୂର୍ବ ସରକାରରେ ଓଡିଆ ଓ ଅଣ ଓଡ଼ିଆ ଅଧିକାରୀଙ୍କ ଭିତରେ ରହି ଆସିଥିବା ବିଭେଦାତ୍ମକ ମନୋଭାବ ଦୂର କରି ସମନ୍ବୟ ରକ୍ଷା କରିବା, ୨୪ ବର୍ଷ ଧରି ସରକାରରେ ଥିବା ଗାଦିମଡ଼ା ଅଧିକାରୀଙ୍କୁ ହଟାଇ ପ୍ରଶାସନକୁ ନୂଆ ଦିଶା ବି ଦେବାକୁ ହେବ। ତେଣୁ ଏସବୁ ଦାୟିତ୍ବକୁ ସୂଚାରୁ ରୂପେ ନିର୍ବାହ କରିବା ନୂଆ ସିଏସ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ।ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରର ନିର୍ବାଚନୀ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ବି ପ୍ରଶାସନର ବଡ ଭୂମିକା ରହିବ। ସେଦୃଷ୍ଟିରୁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ସହାୟତା, ଧାନର ଏମ୍ଏସପି ୩୧୦୦ ଟଙ୍କା, ୫ ବର୍ଷରେ ୩ ଗୁଣା ଜଳସେଚନ,  ଚିଟ୍‌ଫଣ୍ତ ଟଙ୍କା ଫେରାଇବା, ଭତ୍ତା ୩୦୦୦ ଟଙ୍କା ଯାଏଁ ବୃଦ୍ଧି କରିବା ଭଳି ପ୍ରତିଶ୍ରୁତି ପୂରଣ ପାଇଁ ସରକାରୀ ପାଣ୍ଠିର ବ୍ୟବସ୍ଥା କରି ଏସବୁକୁ ସଫଳତାର ସହ କାର୍ଯ୍ୟକାରୀ କରିବା ବି ମନୋଜ ଆହୁଜାଙ୍କ ପାଇଁ ଚାଲେଞ୍ଜ ରହିବ।ସେହିପରି ପୁରୁଣା ସରକାର ସମୟରେ ହୋଇଥିବା ଅସଙ୍ଗତି ତଥା ଦୁର୍ନୀତିର ତଦନ୍ତ ଏବଂ ତାକୁ ରେଗୁଲାରାଇଜ କରିବା ବି ଅନ୍ୟତମ ଆହ୍ବାନ ରହିବ। ବଡ କଥା ହେଲା ପଞ୍ଚାୟତରୁ ରାଜ୍ୟସ୍ତର ଯାଏଁ ବ୍ୟବସ୍ଥାକୁ ମାଡ଼ିବସିଥିବା ପିସିର ଚେର, ଯାହା ବିଜେଡି ସରକାର ପତନର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି, ତାକୁ ଉପାଡ଼ି କରପ୍ସନ୍ ଫ୍ରି ସରକାର ପାଇଁ ମୋହନ ସରକାରର ପ୍ରତିବଦ୍ଧତାର କାର୍ଯ୍ୟାନ୍ବୟନ କରିବାକୁ ହେବ।ରାଜ୍ୟ ପ୍ରଶାସନରେ ପ୍ରଦୀପ ଜେନାଙ୍କ ପରବର୍ତ୍ତୀ ସମୟରେ ସିନିୟର ମୋଷ୍ଟ ହେଉଛନ୍ତି ମନୋଜ ଆହୁଜା। ଅଭିଜ୍ଞତା ତ ରହିଛି, ତା’ସହ ପୂର୍ବରୁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ସଚିବ ରହି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କାର୍ଯ୍ୟାଳୟର ଗୁଡ୍ ବୁକରେ ବି ରହିଛନ୍ତି। ତେଣୁ ଡବଲ ଇଞ୍ଜିନ ସରକାରରେ ଉଭୟ କେନ୍ଦ୍ର ରାଜ୍ୟ ମଧ୍ୟରେ ସମନ୍ୱୟ ରଖି ଓଡିଶା ପାଇଁ କେନ୍ଦ୍ରରୁ ଅଧିକ ସହାୟତା ଆଣିବା ଦିଗରେ ଗୁରୁତ୍ୱ ଦେଇ ପାରନ୍ତି ମନୋଜ ଆହୁଜା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like