-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2024
ବଲାଙ୍ଗୀର(ପ୍ରେରଣା ଖବର): ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଜୋନ-୬ ସ୍ନାତକୋତ୍ତର ଗଣିତ ଶିକ୍ଷକ(PGT Math) ଓ ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ଶିକ୍ଷକ (PGT PHYSICS) ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡିଶା ଆଦର୍ଶ ବିଦ୍ୟାଳୟ,ପଥରଚେପା, ବଲାଙ୍ଗିର ଠାରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜୋନ-୬ ଜୋନାଲ କୋଅଡିନେଟର କ୍ଷମାନିଧି ଝାଙ୍କରଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୋନ-୬ ର ବୌଦ୍ଧ, କନ୍ଧମାଳ, ସୋନପୁର ଏବଂ ବଲାଙ୍ଗିର ଆଦି ଚାରୋଟି ଜିଲ୍ଲାର ଆଦର୍ଶ ବିଦ୍ୟାଳୟରୁ ୨୮ ଜଣ ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ଶିକ୍ଷକ ଏବଂ ୨୫ ଜଣ ସ୍ନାତକୋତ୍ତର ଗଣିତ ଶିକ୍ଷକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ଅବଧି ୨ ଦିନ ଧରି ଚାଲିଥିଲା ଯାହା ୨୮ ଜୁନ ୨୦୨୪ ଠାରୁ ୨୯ ଜୁନ ୨୦୨୪ ପର୍ଯ୍ୟନ୍ତ ରହିଥିଲା।ପ୍ରଥମ ଦିନର କାର୍ଯ୍ୟକ୍ରମ ୮ଟାରୁ ପଞ୍ଜିକରଣ ସହ ଆରମ୍ଭ ହୋଇଥିଲା। ଏହି ଉଦଘାଟନୀ ଉତ୍ସବରେ ମା ସମଲେଇଙ୍କ ଫଟୋଚିତ୍ର ଉପରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ନିଜ ସ୍ବାଗତ ଭାଷଣରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆସିଥିବା ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ପରିଚୟ ପ୍ରଦାନ କରିଥିଲେ ତଥା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ପାଇଥିବା ଜ୍ଞାନ ଏବଂ କୌଶଳକୁ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାକୁ ଉନ୍ନତ କରିବାକୁ ପରାମର୍ଶ ଦେଇଥିଲେ। ପରେ ଭିନ୍ନଭିନ୍ନ କୋଠରୀରେ ଉଭୟ ବିଷୟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସ୍ମାର୍ଟ କ୍ଲାସ-୧ ରେ ଗଣିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୃଥ୍ଵୀରାଜ ସାହୁ (ସ୍ନାତକୋତ୍ତର ଗଣିତଶିକ୍ଷକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ), ପଥରଚେପା ୯ :୩୦ ରୁ ୧୧:୦୦ ପର୍ଯ୍ୟନ୍ତ ‘ପୂର୍ବ ବର୍ଷର ସିବିଏସି ପ୍ରଶ୍ନପତ୍ରର ବିଶ୍ଳେଷଣ’ ଉପରେ ଆଲୋଚନା କରିଥିଲେ। ଏକ ଛୋଟ ବିରତି ପରେ, ୧୧:୧୫ରୁ ୧୨:୪୫ ପର୍ଯ୍ୟନ୍ତ ଜିତେନ୍ଦ୍ର ସାହୁ, (ସ୍ନାତକୋତ୍ତର ଗଣିତଶିକ୍ଷକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବିବିନା) ‘ଏକ ଶିକ୍ଷାବର୍ଷ ମଧ୍ୟରେ ପାଠ୍ୟକ୍ରମର ଯୋଜନା’ ଉପରେ ଏକ ଆଲୋଚନା କରିଥିଲେ। ବିରାମ ଓ ମଧ୍ୟାହ୍ନ ଭୋଜନ ପରେ ୧:୪୫ ରୁ ୩:୦୦ ପର୍ଯ୍ୟନ୍ତ ‘ଛାତ୍ରମାନଙ୍କ ମୂଲ୍ୟାୟନ’ ବିଷୟରେ ଯଶୋବନ୍ତ ସାହୁ (ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ,କୁର୍ସୁଡ) ଆଲୋଚନା କରିଥିଲେ। ଦିନର ଶେଷ ସମୟରେ ୩:୧୫ରୁ ୪:୩୦ ପର୍ଯ୍ୟନ୍ତ ଯଶୋବନ୍ତ ସାହୁ (ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ,କୁର୍ସୁଡ ) ଗଣିତ ବିଷୟରେ ଏକ ଶିକ୍ଷକଙ୍କ ଦ୍ୱାରା ଡେମୋ ଶିକ୍ଷାଦାନ କରାଇଥିଲେ। ସମକାଳରେ ସ୍ମାର୍ଟ କ୍ଲାସ-୨ ରେ ପଦାର୍ଥ ବିଜ୍ଞାନ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୯:୩୦ ରୁ ୧୧:୦୦ ପର୍ଯ୍ୟନ୍ତ ‘ପୂର୍ବ ବର୍ଷର ସିବିଏସି ପରୀକ୍ଷା ପ୍ରଶ୍ନପତ୍ରର ବିଶ୍ଳେଷଣ’ ଉପରେ ଏକ ଆଲୋଚନା ହୋଇଥିଲା। ଅଭିଷେକ ମହାନ୍ତି (ସ୍ନାତକୋତ୍ତର ପଦାର୍ଥବିଜ୍ଞାନ ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ, ସୋନପୁର) ଏହାର ନେତୃତ୍ୱ ନେଇଥିଲେ। ୧୧:୧୫ ରୁ ୧୨:୪୫ ପର୍ଯ୍ୟନ୍ତ ‘ଏକ ଶିକ୍ଷାବର୍ଷ ମଧ୍ୟରେ ପାଠ୍ୟକ୍ରମର ଯୋଜନା’ ଉପରେ ଆଲୋଚନା ହୋଇଥିଲା। ଏହାର ନେତୃତ୍ୱକରିଥିଲେ ସଂଜୟ କୁମାର ମିଶ୍ର(ସ୍ନାତକୋତ୍ତର ପଦାର୍ଥବିଜ୍ଞାନ ଶିକ୍ଷକ, ନବୋଦୟ ବିଦ୍ୟାଳୟ ସମ୍ବଲପୁର) ।୧୨:୪୫ ରୁ ୧:୪୫ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପରେ, ୧:୪୫ ରୁ ୩:୦୦ ପର୍ଯ୍ୟନ୍ତ ‘ଛାତ୍ରମାନଙ୍କ ମୂଲ୍ୟାୟନ’ ବିଷୟରେ ଅଭିଷେକ ମହାନ୍ତି (ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ, ସୋନପୁର) ଆଲୋଚନା କରିଥିଲେ। ୩:୧୫ରୁ ୪:୩୦ ପର୍ଯ୍ୟନ୍ତ ସଂଜୟ କୁମାର ମିଶ୍ର (ସ୍ନାତକୋତ୍ତର ପଦାର୍ଥବିଜ୍ଞାନ ଶିକ୍ଷକ, ନବୋଦୟ ବିଦ୍ୟାଳୟ ସମ୍ବଲପୁର) ଜଣେ ଶିକ୍ଷକଙ୍କଦ୍ୱାରା ଭୌତକବିଜ୍ଞାନର ଡେମୋ ଶିକ୍ଷାଦାନ କରାଇଥିଲେ। ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ୯:୩୦ରୁ ୧୧:୦୦ ପର୍ଯ୍ୟନ୍ତ ‘ଗୋପବନ୍ଧୁ ମେହେର (ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନଶିକ୍ଷକ, ଆଦର୍ଶ ବିଦ୍ୟାଳୟ, ପଥରଚେପା) ଓ ଜିତେନ୍ଦ୍ର ସାହୁ (ସ୍ନାତକୋତ୍ତର ଗଣିତ ଶିକ୍ଷକ, ଆଦର୍ଶବିଦ୍ୟାଳୟ,ବିବିନା) କ୍ରିୟାକଳାପ/ପ୍ରାକ୍ଟିକାଲର’ ଉପରେ ଆଲୋଚନା କରିଥିଲେ। ୧୧:୧୫ରୁ ୧୨:୪୫ ପର୍ଯ୍ୟନ୍ତ ‘ନିମ୍ନ କାର୍ଯ୍ୟକ୍ଷମ ଛାତ୍ରମାନଙ୍କ ସ୍ତରବୃଦ୍ଧି’ ଉପରେ ସଞ୍ଜୟ କୁମାର ମିଶ୍ର ଓ ଯଶୋବନ୍ତ ସାହୁ ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୁର୍ସୁଡ) ଆଲୋଚନା କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ୧:୪୫ ରୁ ୩:୦୦ ପର୍ଯ୍ୟନ୍ତ ଆଇନଜୀବୀ ଭକ୍ତ ନାଏକ ‘କାର୍ଯ୍ୟ ସ୍ଥଳରେ ଯୌନ ଉତ୍ପୀଡନକୁ କିପରି ରୋକାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ୩:୧୫ ରୁ ୪:୩୦ ପର୍ଯ୍ୟନ୍ତ ସଞ୍ଜୟ କୁମାର ମିଶ୍ର ଓ ଯଶୋବନ୍ତ ସାହୁ ଗୋଷ୍ଠୀ ଆଲୋଚନା କରିଥିଲେ। ଆଦର୍ଶ ବିଦ୍ୟାଳୟ ସଂଗଠନର ଆସିଷ୍ଟାଣ୍ଟ ଡାଇରେକ୍ଟର ଚନ୍ଦନ କୁମାର ରଥ ଜୋନ-୬ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା ଠାରେ ପହଞ୍ଚିଥିଲେ। ତାଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜୋନ-୬ ଜୋନାଲ କୋ-ଅର୍ଡିନେଟର କ୍ଷମାନିଧି ଝାଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବକୁ ସ୍ୱାଗତ ଜଣାଇ ଥିଲେ ଏବଂ ତାଙ୍କର ପରିଚୟ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ରଥ କାର୍ଯ୍ୟକ୍ରମରେ ସାମିଲ ହୋଇ ଥିବା ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷଣର ମାନବୃଦ୍ଧି କରିବା ପାଇଁ ଆହ୍ବାନ କରିଥିଲେ ।ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶିକ୍ଷକ ମାନଙ୍କୁ ସାଟିର୍ଫିକେଟ ପ୍ରଦାନ କରାଯାଇଥିଲା । ପରିଶେଷରେ ଗୋପବନ୍ଧୁ ମେହେର୍(ସ୍ନାତକୋତ୍ତର ପଦାର୍ଥବିଜ୍ଞାନ ଶିକ୍ଷକ, ଆଦର୍ଶ ବିଦ୍ୟାଳୟ ,ପଥରଚେପା) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ଅଞ୍ଚଳର ପିଜିଟି ଗଣିତ ଏବଂ ପିଜିଟି ପଦାର୍ଥ ବିଜ୍ଞାନ ଶିକ୍ଷକମାନଙ୍କୁ ଉଚ୍ଚ କ୍ଷମତାବନ୍ତ କରିବାର ଲକ୍ଷ୍ଯ ରଖାଯାଇଛି ।