-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2024
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ୱାର୍ଡ ସଭ୍ୟା ସଭ୍ୟ ସଂଘ ପକ୍ଷରୁ ବିଭିନ୍ନ ବିଭିନ୍ନ ଦାବୀ ପୂରଣ ପାଇଁ ଶନିବାର କର୍ଲାମୁଣ୍ଡା ଠାରେ ପଞ୍ଚାୟତ କାର୍ୟ୍ଯ ନିର୍ବାହୀ ଅଧିକାରୀ ଟିକେରାମ ଛତ୍ରୀଆ ଓ ସରପଞ୍ଚ ସ୍ୱର୍ଣ୍ଣ ଲତା ସାହୁ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।ଦାବୀ ଗୁଡ଼ିକ ମଧ୍ୟରେ ୱାର୍ଡ ସଭ୍ୟା/ସଭ୍ୟ ମାନଙ୍କୁ ମାସିକ ୬ ହଜାର ଟଙ୍କା, ଅବସର ପରେ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ୱାର୍ଡ ମେମ୍ବର ମାନଙ୍କୁ ଅଣଦେଖା କରାଯାଇ ପ୍ରସ୍ତୁତ ହୋଇଥିବା ଜିପିଡ଼ିପି କୁ ବାତିଲ କରିବା, ସିଏଫସି ,ଏସଏଫସି ପାଣ୍ଠି ଖର୍ଚ୍ଚ ସମୟରେ ୱାର୍ଡ ସଭ୍ୟା ସଭ୍ୟ ଙ୍କ ପରାମର୍ଶ ରେ ପାଣ୍ଠି ର ବିନିଯୋଗ କରିବା,ୱାର୍ଡ ସଭ୍ୟା ସଭ୍ୟ ଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ୧୦ଲକ୍ଷ ଟଙ୍କା ଓ ଶାରୀରିକ କ୍ଷତି ଘଟିଲେ ୫ଲକ୍ଷ ଟଙ୍କା ସହାୟତା ପାଇବା ପ୍ରମୁଖ ଦାବୀ ଗୁଡ଼ିକ ରହିଛି। ଦାବୀ ପତ୍ର ପ୍ରଦାନ ସମୟରେ କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ ୱାର୍ଡ ସଭ୍ୟାସଭ୍ୟ ସଂଘ ସଭାପତି ଚନ୍ଦ୍ର ଭାନୁ ସାହୁ,ସମ୍ପାଦକ ଖଗେଶ୍ବର ସାହୁ ଙ୍କ ସମେତ ସମସ୍ତ ୱାର୍ଡସଭ୍ୟାସଭ୍ୟ ଉପସ୍ଥିତ ଥିଲେ