-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବାର ଏସୋସିଏସନ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଛି l ସଂଘର ସଭାପତି ରମାକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଆଇନଜିବୀ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସମ୍ପାଦକ ପ୍ରଶାନ୍ତ ବେହେରା ସ୍ୱାଗତ ଭାଷଣ ତଥା ପରିଚୟ ପ୍ରଦାନ କରିଥିଲେ l ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନର ଫଳାଫଳ ପୂର୍ବରୁ ମନ୍ତ୍ରୀ ଡ. ମହାଲିଙ୍ଗ ଲୋଇସିଂହା ଓକିଲ ସଂଘର ସଦସ୍ୟତା ଗ୍ରହଣ ପୂର୍ବକ ସମସ୍ତଙ୍କ ସହଯୋଗ କାମନା କରିଥିଲେ l
ତାଙ୍କ ଉପରେ ଗୁରୁଦାୟିତ୍ଵ ନ୍ୟସ୍ତ ଥିବାବେଳେ ଲୋଇସିଂହା ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ସାମୁହିକ ସମସ୍ୟା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବେ ବୋଲି ସମ୍ବର୍ଦ୍ଧନା ସମୟରେ ଡ଼. ମହାଲିଙ୍ଗ ପ୍ରକାଶ କରିଥିଲେ l ଆଇନଜୀବୀ ରାଜେନ୍ଦ୍ର ନାଏକ, ଗୌରୀଶଙ୍କର ସାହୁ, ଅଶୋକ ସାହୁ, ପ୍ରମୋଦ ଭୋଇ, ସୁମନ୍ତ ସାହୁ, ସମ୍ପଦ ପୋଡ, କ୍ଷେତ୍ରପାଳ ସାହୁ, ସଞ୍ଜୟ ଷଡ଼ଙ୍ଗୀ, ଶୁଭେନ୍ଦୁ ସାହୁ, ରମେଶ ପଟ୍ଟନାୟକ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ଜ୍ୟୋତିରଂଜନ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ l