-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ବଲାଙ୍ଗୀର(ଦେବାଶିଷ ବହିଦାର) ବଲାଙ୍ଗିର ନାଗରିକ କମିଟି ଉଚ୍ଚ ଶିକ୍ଷା ବିଭାଗର ସବ୍ କମିଟିର ଏକ ପ୍ରତିନିଧି ଦଳ ପ୍ରଫେସର ତରୁଣ କୁମାର ମିଶ୍ରଙ୍କର ନେତୃତ୍ୱରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ଉକ୍ତ ଦଳରେ ଋତୁରାଜ ସିଂ, ଶରତ କୁମାର ମହାକୁର ଓ ଦିବାକର ହୋତା ପ୍ରମୁଖ ସାମିଲ ହୋଇ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଅସୁବିଧା ଗୁଡିକ ମଧ୍ୟରେ ଶିକ୍ଷାପ୍ରଦାନ କ୍ଷେତ୍ରରେ ଘୋର ବିଶୃଙ୍ଖଳା ଦେଖା ଦେଇଥିବା କଥା ଏହି ସବ୍ କମିଟି ହୃଦୟଙ୍ଗମ କଲେ। ଶିକ୍ଷା ପ୍ରଦଦାନ କରିବାକୁ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ଅଭାରୁ ବିଭିନ୍ନ ବିଭାଗର ଶିକ୍ଷାଦାନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି କୁଳପତି ପ୍ରକାଶ କଲେ। ଏପରିକି କୁଳପତିଙ୍କ ହାତରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ/ ଅଣଶିକ୍ଷକ ନିଯୁକ୍ତିର କ୍ଷମତା ମଧ୍ୟ ନାହି ବୋଲି ସୂଚନା ମିଳିଥିଲା l ବିଶ୍ୱବିଦ୍ୟାଳୟର କର୍ମଚାରୀ କ୍ଷମତା ୨୩୭ ଜଣ ଥିବା ବେଳେ ମାତ୍ର ୨୮ ଜଣଙ୍କର ଉପସ୍ଥିତିରେ କାମ ଚାଲିଛି । ସରକାର ଏ ଦିଗରେ ଉଚିତ ପଦକ୍ଷେପ ନେଇ ତୁରନ୍ତ ଶିକ୍ଷା ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ମତପ୍ରକାଶ ପାଇଥିଲା । ଛାତ୍ରମାନଙ୍କର ଭବିଷ୍ୟତ ସହିତ ନ ଖେଳି ସରକାର ଶିଘ୍ର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଲେଜର ଅସୁବିଧା ଗୁଡିକୁ ଦୂର କରିବାରେ ତତ୍ପର ହୁଅନ୍ତୁ ବୋଲି ନାଗରିକ କମିଟିର ସଦସ୍ୟମାନେ ମତ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କର ନ୍ୟୁନତମ ଅସୁବିଧା ଗୁଡିକୁ ଯୋଗାଇ ଦେବା ପାଇଁ ନୂତନ ସରକାର ତତ୍ପର ହେବେ ବୋଲି କମିଟିର ସଭ୍ୟମାନେ ଆଶା ପୋଷଣ କରିଥିଲେ