-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ସାରା ବିନିକା ଅଞ୍ଚଳର ଶିକ୍ଷାପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ସୌଖିକ ଶିକ୍ଷାର ଅଗ୍ରଗତି ସମ୍ପର୍କରେ ପ୍ରତିବର୍ଷ ଏକାଡ଼େମୀ ସଦସ୍ୟ ମାନଙ୍କୁ ନେଇ ଏକାଡେମୀ କାଉନସିଲ ମିଟିଂ ଅନୁଷ୍ଟିତ ହୋଇଥାଏ।ଏହି ପରିପ୍ରେକ୍ଷୀରେ ଆଜି ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଟିତ ହୋଇଥିଲା।ନିୟମ ଅନୁଯାୟୀ ଏକାଡେମୀ କାଉନସିଲରେ ୨ଜଣ ସଦସ୍ୟ ରହିବା କଥା କିନ୍ତୁ ଚଳିତ ବର୍ଷ ଅନେକ ଆଶାୟୀ ବାହାରିବାରୁ ଶେଷରେ ନିର୍ବାଚନ ଅନୁଷ୍ଟିତ ହୋଇଥିଲା।ଏଥିରେ ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର ନାୟକ ନିର୍ବାଚିତ ହୋଇଥିବା ବେଳେ ଆଉ ଜଣେ ସଦସ୍ୟ ଅବସରପ୍ରାପ୍ତ ପ୍ରଫେସର ଦେବେନ୍ଦ୍ର ମିଶ୍ର ମଧ୍ୟ ନିର୍ବାଚିତ ହୋଇଛନ୍ତି।ଅଧ୍ୟକ୍ଷ ଶ୍ରୀ ନାୟକ ନିର୍ବାଚିତ ପରେ ସିଦ୍ଧାର୍ଥ ପରିବାରରେ ଆନନ୍ଦର ଲହରୀ ସୃଷ୍ଟି କରିଥିବା ବେଳେ ତାଙ୍କର ସଦସ୍ୟ ପଦକୁ ନେଇ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।ବିଶ୍ଵ ବିଦ୍ୟାଳୟର ଶୌଖିକ ବିକାଶ ସଙ୍ଗେ ସଙ୍ଗେ ତାର ଅଧୀନରେ ଥିବା ସମସ୍ତ ମହା ବିଦ୍ୟାଳୟର ସାମଗ୍ରିକ ବିକାଶ ଦିଗରେ ପ୍ରଚେଷ୍ଟା ଧ୍ୟାନ ଦେବେ ବୋଲି ଡ଼ ଧୀରେନ୍ଦ୍ର ନାୟକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।