-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||     

HOME   ରାଜନୀତି

ଓଡିଶାରେ କଂଗ୍ରେସର ଅଧୋଗତି ପାଇଁ ଶରତ ଓ ନରସିଂହ ଦାୟୀ-ଆକବର ଖାନ

08-Jun-2024



ବଲାଙ୍ଗୀର(ପ୍ରେରଣା ଖବର ): ସାଧାରଣ ନିର୍ବାଚନ ସରିଯାଇ ଫଳ ମଧ୍ୟ ପ୍ରକାଶିତ ହୋଇଛି । ଏହି ନିର୍ବାଚନରେ ରାଜ୍ୟରେ କଂଗ୍ରେସ ପୁଣିଥରେ ଶୋଚନୀୟ ପରାଜୟ ବରଣ କରିଛି । ରାଜ୍ୟରେ ନବୀନ ସରକାର ବିରୁଦ୍ଧରେ ଏକ ପ୍ରବଳ ଜନମତ ରହିଥିଲା । ବିଜେପିଦଳ ଏହାର ଫାଇଦା ନେଇଥିବା ବେଳେ କଂଗ୍ରେସଦଳରେ ସ୍ୱାର୍ଥୀ ନେତାମାନଙ୍କ କାରଣରୁ କଂଗ୍ରେସର ଦୁର୍ଗତୀ ହୋଇଛି ବୋଲି ଦଳର ବରିଷ୍ଠନେତାଙ୍କ ବିରୁଦ୍ଧରେ ବିଷ ଓଗାଳିଛନ୍ତି ଯୁବନେତା । ଓଡିଶାରେ କଂଗ୍ରେସର ଏହି ଦୁର୍ଗତୀ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ବିଧାୟକଦଳର ନେତା ନରସିଂହ ମିଶ୍ର ଦାୟୀ ବୋଲି କଂଗ୍ରେସର ପିସିସି ସଭ୍ୟ ଯୁବନେତା ଆକବର ଖାନ ଅଭିଯୋଗ ଉଠାଇଛନ୍ତି । ଆଜି ସଂଧ୍ୟାରେ ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ବିଳନୀ କରି ଆକବର ଶରତଙ୍କୁ ଜଣେ ଲୋଭୀନେତା ଓ ନରସିଂହଙ୍କୁ ପୁତ୍ରମୋହରେ ଥିବା ଧୃତାରାଷ୍ଟ୍ର ବୋଲି କହିଛନ୍ତି ଓ ତାଙ୍କ ନିଜର ସ୍ୱାର୍ଥପାଇଁ ଆଜି କଂଗ୍ରେସର ଅଧୋଗତି ହୋଇଛି ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି ।  ସେଥିପାଇଁ ରାଜ୍ୟର ନବୀନ ସରକାର ବିରୁଦ୍ଧରେ ପ୍ରବଳ ଜନମତ ଥିଲେ ହେଁ କଂଗ୍ରେସଦଳ ତାର କୌଣସି ଫାଇଦା ନେଇପାରିଲା ନାହିଁ । ଓଡିଶାର କଂଗ୍ରେସଦଳକୁ ଠିକରେ ପରିଚାଳିତ କରିଥିଲେ ରାଜ୍ୟରେ କଂଗ୍ରେସ ଅଧିକ ସାଂସଦପଦ ଓ ବିଧାୟକ ପଦ ପାଇଥାନ୍ତା । ରାଜ୍ୟରେ ଅଧିକ ସାଂସଦ ଜିଣିଥିଲେ କେନ୍ଦ୍ରର ଇଣ୍ଡିମେଣ୍ଟର ସାଂସଦ ସଂଖ୍ୟା ବଢିପାରିଥାନ୍ତା ଓ ସରକାର ଗଢିବାରେ ସହାୟକ ହୋଇଥାନ୍ତା । କିନ୍ତୁ କଂଗ୍ରେସରେ ଜାଣିଶୁଣି ଦୁର୍ବଳ ସ୍ଥିତିରେ ନିର୍ବାଚନ ପରିଚାଳନା କରାଗଲା । କେବଳ ସେତକି ନୁହେଁ ନରସିଂହ ଗତ ୨୦୧୯ ନିର୍ବାଚନରେ ତାଙ୍କ ପୁଅ ସମରେନ୍ଦ୍ରଙ୍କୁ ସାଂସଦ ଟିକେଟ ଓ ଚଳିତଥର ବିଧାନସଭା ଟିକେଟ କେଉଁ ଆଧାରରେ ଦେଲେ ବୋଲି ଗଣମାଧ୍ୟମ ଜରିଆରେ ଆକବର ନରସିଂହଙ୍କୁ ପ୍ରଶ୍ନ କରିଛନ୍ତି । ସମରେନ୍ଦ୍ର ମିଶ୍ର କେବେ କଂଗ୍ରେସ ସଂଗଠନ ପାଇଁ କାମ କରିଥିଲେ ଯେ,କଂଗ୍ରେସଦଳ ତାଙ୍କୁ ଗତଥର ସାଂସଦ ଟିକେଟ  ଓ ଏଥର ବିଧାନସଭା ଟିକେଟ ଦେଲେ ବୋଲି ଦଳୀୟନେତାଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି । ଠିକ ସେହିପରି ନରସିଂହ ମିଶ୍ର ଓ ସମରେନ୍ଦ୍ର ମିଶ୍ର ନିର୍ବାଚନରେ ପକ୍କା ବଲାଙ୍ଗୀରିଆ ନାରା ଦେଲେ କିନ୍ତୁ ସମ୍ବଲପୁରରୁ ଜଣେ ଅନଭିଜ୍ଞ ଅଭିନେତା ମନୋଜ ମିଶ୍ରଙ୍କୁ ଡାକି ଆଣି ସାଂସଦ ଟିକେଟ ଦେଲେ । ନରସିଂହ ମିଶ୍ର ମନୋଜଙ୍କ ପାଇଁ କେଉଁକାରଣରୁ ଲବିକରି ଟିକେଟ ଆଣିଲେ ଓ ଯେଉଁ ଇତିହାସ ହେବ ବୋଲି ଗଣମାଧ୍ୟମରେ ବୟାନ ଦେଇଥିଲେ ସେହି ଇତିହାସ ଟା କେଉଁଟା ବୋଲି ଆକବର ପ୍ରଶ୍ନ ଉଠାଇଛନ୍ତି । କେବଳ ସେତିକି ନୁହେଁ ମନୋଜ ମିଶ୍ର ତାଙ୍କ ପ୍ରଚାରରେ ଉପକୂଳ ଅଞ୍ଚଳର ଯୁବକମାନେ ପଶ୍ଚିମଓଡିଶାର ଯୁବନେତାମାନଙ୍କର ହକକୁ ଛଡାଇ ନେଇଯାଉଛନ୍ତି ବୋଲି କହୁଥିଲେ । କିନ୍ତୁ ଆଜି ଆକବର ମନୋଜ ମିଶ୍ରଙ୍କୁ ସାମ୍ବାଦିକ ସମ୍ବିଳନ ଜରିଆରେ ପ୍ରଶ୍ନ କରିଛନ୍ତି ଯେ,ମନୋଜ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ଯୁବନେତାମାନଙ୍କ ହକକୁ ଛଡାଇ ନେଇ ନାହାଁନ୍ତି କି ? ରାଜନୀତିରେ ତାଙ୍କର ଅଭିଜ୍ଞତା କଣ ଥିଲା ଓ କେଉଁ ଆଧାରରେ ତାଙ୍କୁ ଟିକେଟ ଦେଲେ ତାହା କଂଗ୍ରେସଦଳର ଜଣେ ଯୁବନେତା ହିସାବରେ ଉତ୍ତର ଚାହିଁଛନ୍ତି ଆକବର । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଅନେକ ଯୁବନେତା କଂଗ୍ରେସର ସଂଗଠନ ପାଇଁ ଦୀର୍ଘବର୍ଷ ହେଲା କାମ କରୁଛନ୍ତି । କିନ୍ତୁ ବରିଷ୍ଠନେତା ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଷଡଯନ୍ତ୍ର କରି ତାଙ୍କୁ ଦବାଇ ଦେଇ ସଂଗଠନକୁ ଦୁର୍ବଳ କରିଦେଉଛନ୍ତି ବୋଲି ଆକବର ଅଭିଯୋଗ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026

You Might Also Like