-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
05-Jun-2024
ବଲାଙ୍ଗୀ: ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଓ ବଲାଙ୍ଗିର ଫରେଷ୍ଟ ଡିଭିଜନ ର ମିଳିତ ଉଦ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଶୁଳ୍କ ୫୦୦ ଚାରା ସର୍ବ ସାଧାରଣରେ ବଣ୍ଟନ କରାଯାଇଥିଲା ।
ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଅନେକ କିଛି କାର୍ଯ୍ୟକ୍ରମ ହାତକୁ ନେଇଥିବା ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇ ପ୍ରକାଶ କରିଛନ୍ତି । ପରିବେଶ ର ହିତ ତଥା ସମାଜସେବା ପାଇଁ ସମର୍ପିତ ଏହି ଯୁବ ସଂଗଠନକୁ ସମସ୍ତ ପ୍ରକାର ସହଯୋଗ
କରାଯିବ ବୋଲି ରେଞ୍ଜ ଅଫିସର ନବୀନ ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଂପାଦକ ଭୁବନେଶ୍ୱର ଭୋଇ, ଜିଲ୍ଲା ସଦସ୍ୟ ଶଙ୍କର ପ୍ରଧାନ, ଅସୀତ ରଂଜନ ସାହୁ, ଝୁନୁ ପ୍ରଧାନ, ମାନଭଞ୍ଜନ ପ୍ରଧାନ, ରମେଶ ନାଏକ, କୈବର୍ତ୍ତ ପ୍ରଧାନ, ଶ୍ରୀକାନ୍ତ ବିଶ୍ୱାଲ, ଭୀମରାଜ ସାହୁ, ଅଭି ପ୍ରଧାନ, ଫରେଷ୍ଟର ହରିବଂଶ ପ୍ରଧାନ, ଆନନ୍ଦ ବିହାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।