-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
27-Dec-2020
ଲଇକେରା (ପ୍ରେରଣା ଖବର) : ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ବାଗଡ଼ିହି ରେଳ ଷ୍ଟେସନରେ ଆଜି ସକାଳ ୧୦ଟା ସମୟରେ ମାଲବାହୀ ଟ୍ରେନରେ କଟି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏଣେ ଏଥିରେ ଜଣେ ଯୁବକଙ୍କର ଗୋଡ଼ ହାତ କଟି ଯାଇଥିବାରୁ ସେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବ୍ରଜରାଜନଗରର ନୂଆପଡ଼ାରୁ ରୋଶନ ମହାନନ୍ଦ (୨୨) ଓ ସୋଫିୟା ମହାନନ୍ଦ (୨୦)ଙ୍କ ସମେତ ଅନ୍ୟ ତିନିଜଣ ବାଗଡ଼ିହି ସ୍ଥିତ ବୁଢାପଡାର ଜଣେ ସମ୍ପର୍କୀୟ ଘରକୁ ଚାରିଦିନ ତଳେ ବୁଲିବାକୁ ଆସିଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ସେମାନେ ନିଜ ଘରକୁ ଫେରିବାକୁ ବାଗଡ଼ିହି ରେଳ ଷ୍ଟେସନରେ ଚାରି ନମ୍ବର୍ ପ୍ଲାଟଫର୍ମରେ ପହଞ୍ଚିଥିଲେ। ସେଇ ସମୟରେ ଚାରି ନମ୍ବର୍ ପ୍ଳାଟଫର୍ମରେ ଏକ ମାଲବାହୀ ଟ୍ରେନ ଛିଡ଼ା ହୋଇଥିଲା। ଏକ ନମ୍ବର୍ ପ୍ଳାଟଫର୍ମକୁ ଆସିବାକୁ ପାଞ୍ଚ ଜଣଙ୍କ ମଧ୍ୟରୁ ତିନିଜଣ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ ଗଳି ପାର୍ ହୋଇଯାଇଥିବା ବେଳେ ରୋଶନ ଓ ସୋଫିୟା ଟେନ ତଳେ ଗଳି ଯାଉଥିବା ବେଳେ ଟ୍ରେନଟି ପ୍ଳାଟଫର୍ମରୁ ଛାଡ଼ି ଦେଇଥିଲା। ଏହାଫଳରେ ସୋଫିୟାଙ୍କ ଉପରେ ଟ୍ରେନ ଚଢି ଯାଇଥିଲା। ଘଟଣାସ୍ଥଳରେ ତାଙ୍କରମୃତ୍ୟୁ ହୋଇଥିଲା। ତାଙ୍କ ଅଣ୍ଟାରୁ ଶରୀର ଦୁଇଖଣ୍ଡ ହୋଇ ଯାଇଥିବା ବେଳେ ରୋଶନଙ୍କର ଗୋଡ଼ ଏବଂ ହାତ ଉପରେ ଟ୍ରେନ ଚଢିଯିବାରୁ ସେ ଗୁରୁତର ଥିବା ଜଣାପଡ଼ିଛି। ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ରୋଶନଙ୍କୁ ଝାରସୁଗୁଡ଼ାସ୍ଥିତ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସୋଫିୟାଙ୍କର ଶବ ରେଳ ଧାରଣାରେ ପଡ଼ିରହିଛି।