-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ରାଜନୀତି

ରାସ୍ତାନାହିଁ ତ ଭୋଟନାହିଁ,କୁହିମୁଣ୍ଡା ଗ୍ରାମବାସୀଙ୍କ ଭୋଟବର୍ଜନ

20-May-2024



ବଲାଙ୍ଗୀର(ପ୍ରେରଣା ଖବର): ସରକାର ବିଭିନ୍ନ ଯୋଜନା କରି ଗ୍ରାମାଞ୍ଚଳର ବିକାଶ କରାଉଛନ୍ତି । କିନ୍ତୁ ରାଜନୈତିକ ଷଡଯନ୍ତ୍ରର ଶୀକାର ହୋଇ ଗାଁକୁ ରାସ୍ତା ନିର୍ମାଣ ନହେବାରୁ ନେତା ଓ ପ୍ରଶାସନ ପାଖରୁ ନୀରାଶ ହୋଇ ଶେଷରେ ଭୋଟବର୍ଜନ କରିଛନ୍ତି କୁହିମୁଣ୍ଡା ଗ୍ରାମବାସୀ । ବଲାଙ୍ଗୀର ସଦର ନିର୍ବାଚନମଣ୍ଡଳି ଦେଓଗାଁବ୍ଲକ ଉପରଝର ଗ୍ରାମପଞ୍ଚାୟତର କୁହିମୁଣ୍ଡା ଏକ ରାଜସ୍ୱଗ୍ରାମ । କିନ୍ତୁ ସ୍ୱାଧିନତାର ୭୬ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ସବୁଦିନିଆଁ ରାସ୍ତାଟିଏ ନିର୍ମାଣ ହୋଇପାରିନି । ବିଲ ଭିତରେ ଓ ହିଡରେ ଗାଁକୁ ଯିବାକୁ ପଡିଥାଏ । ଗାଁର ଛାତ୍ରଛାତ୍ରୀ ପାଠପଢିବାକୁ ଯିବା ହେଉକି ସ୍ୱାସ୍ଥ୍ୟସମସ୍ୟା ହେଲେ ଗାଁକୁ ଗାଡିନେଇ ଯାଇହୁଏ ନାହିଁ । ବର୍ଷାଦିନେ ସବୁଠୁ ବେଶି ଅସୁବିଧା ହୁଏ । ଉପରଝର ଗ୍ରାମପଞ୍ଚାତଠାରୁ କୁହିମୁଣ୍ଡା ଗାଁକୁ ମାତ୍ର ଦେଢ କିମି ରାସ୍ତା ପଡିଥାଏ । ସେଥିରୁ ଉପରଝର ଗାଁରୁ ଆରମ୍ଭ କରି ଆମ୍ବତୋଟା ପର୍ଯ୍ୟନ୍ତ ପଞ୍ଚାୟତରୁ ରାସ୍ତାନିର୍ମାଣ ହୋଇଛି । ଗ୍‌ାଁପଟୁ ଗ୍ରାମର ଏସଏଚଜି ମହିଳାମାନେ ନିଜଅର୍ଥରେ କିଛିଅଂଶ ରାସ୍ତାନିର୍ମାଣ କରିଛନ୍ତି । ଏକ ସଫଳ ଚାଷଙ୍କ ଗାଁ ଭାବରେ ଜଣାଯାଉଥିବା କୁହିମୁଣ୍ଡା ଗାଁକୁ ଆଉ ମାତ୍ର ୭୦୦ମିଟର ରାସ୍ତାପାଇଁ ଗ୍ରାମବାସୀ ହିନସ୍ତା ହେଉଛନ୍ତି । ସେମାନେ ଅନେକଥର ବିଧାୟକ, ଜିଲ୍ଲାପାଳ,ବିଡିଓଙ୍କ ପାଖକୁ ଯାଇ ରାସ୍ତାପାଇଁ ଗୁହାରି କରିଛନ୍ତି । କିନ୍ତୁ ତଥାପି ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ରାସ୍ତାନିର୍ମାଣ ହେବାକୁ ଥିବା କିଛି ଜମିକୁ ଉପରଝର ଗ୍ରାମର ଜଣେ ବ୍ୟକ୍ତି ଜବରଦଖଲ କରି ରଖିଛି ଓ ଆଉ କିଛି ରୟତି ଜମି ଅଛି । ରାସ୍ତା ନିର୍ମାଣ କରିବାକୁ ଆଲୋଚନା ହୋଇଥିଲା । ଗତ ୨୦୨୨ ମସିହାରେ ପଞ୍ଚାୟତ ନିର୍ବାଚନ ବେଳେ ଭୋଟବର୍ଜନ ନିସ୍ପତ୍ତି କରି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତତକାଳିନ ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ଗ୍ରାମବାସୀ ଭୋଟଦାନ କରିଥିଲେ । କିନ୍ତୁ ତଥାପି ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ଜଣେ ରାଜନେତାଙ୍କ ପ୍ରରୋଚନାରେ ସରକାରୀ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତି ଜମିନଛାଡିବାକୁ ଗଣ୍ଡଗୋଳ କରିଥିଲା । ଏପରିକି ମାପଚୁପ ପାଇଁ ଆସିଥିବା ତହସିଲଦାରଙ୍କୁ ରାଜନୈତିକ ଚାପ ମଧ୍ୟ ପଡିଥିଲା । ଯାହା ଫଳରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ କୁହିମୁଣ୍ଡାକୁ ରାସ୍ତାନିର୍ମାଣ ହୋଇପାରିଲା ନାହିଁ । ଏବେ ୨୦୨୪

ସାଧାରଣ ନିର୍ବାଚନ ବେଳେ କୁହିମୁଣ୍ଡା ଗ୍ରାମବାସୀ ପୁଣି ଭୋଟବର୍ଜନ ନିସ୍ପତ୍ତି ନେଇଥିଲେ । ଗ୍ରାମବାସୀଙ୍କୁ ମନାଇବାକୁ ଦେଓଗାଁ ବିଡିଓ ଯାଇଥିଲେ କିନ୍ତୁ ଆଲୋଚନା ସଫଳ ହେଲା ନାହିଁ । ଗାଁମୁଣ୍ଡରେ ରାଜସ୍ୱଗ୍ରାମକୁ ରାସ୍ତାନାହିଁ ତ ଭୋଟନାହିଁ ବ୍ୟାନର ଲଗାଇ ରାଜନୈତିକଦଳ ଭୋଟପ୍ରଚାର ପାଇଁ ଗଲେ ମନା କରାଯାଇଥିଲା । ଆଜି ମତଦାନ ଦିବସରେ ଗ୍ରାମବାସୀ ଗାଁମୁଣ୍ଡରେ ବ୍ୟାନର ଲଗାଇ ଧାରଣା ଦେଇ ଭୋଦେବାକୁ କେହି ମଧ୍ୟ ଯାଇନଥିଲେ । କୁହିମୁଣ୍ଡାର ମୋଟ ୯୧ଜଣ ଭୋଟର ଆଜି ସମସ୍ତେ ଭୋଟବର୍ଜନ କରି ତାଙ୍କର ଏକତା ଦେଖାଇଛନ୍ତି ବୋଲି ଗ୍ରାମର ଶମ୍ଭୁଭୂଷଣ ସାହୁ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like