-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
16-May-2024
ଟିଟିଲାଗଡ, ଆସନ୍ତା ୧୮ ତାରିଖ ଦ୍ଵିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ରେ ଅବତୀର୍ଣ୍ଣ ଥିବା ପ୍ରାର୍ଥୀ ଙ୍କ ପ୍ରଚାର ପ୍ରସାର ଶେଷ ଦିବସ ରହିଛି।ଏହାକୁ ନେଇ ବିଭିନ୍ନ ଦଳୀୟ ପ୍ରାର୍ଥୀ ଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳିଛି । ସହରରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଥିବା ବେଳେ ଭୋଟର ଙ୍କ ନିକଟକୁ ଦଳୀୟ କର୍ମୀ ଙ୍କ ଅନ୍ଧାରୀ ବିଜେ ମଧ୍ୟ ଆରମ୍ଭ ହୋଇଛି।ଇତି ମଧ୍ୟରେ ସହରର ଶେଷ ମୁଣ୍ଡରେ ଥିବା ଏକ ପ୍ରତିଷ୍ଠିତ ହୋଟେଲ ର ରୁମ ନଂ ୧୧୫ କୁ ନେଇ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁଯାୟୀ ପଡୋଶୀ ଜିଲ୍ଲା ର ବିଧାୟକ ପ୍ରାର୍ଥୀ ନିଜ ଦଳବଳ ସହ ଆସି ବିଜେଡି ପ୍ରାର୍ଥୀ ଙ୍କୁ ଜିତାଇବା କୁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତି ଜୋରସୋର ରେ ଚଳାଇଛନ୍ତି।ସହର ର ବିଭିନ୍ନ ୱାର୍ଡ ରେ ଟଙ୍କା ବଣ୍ଟା ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ପୁଲିସ ଶାସକ ଦଳ ପ୍ରତି ବିଶେଷ ଅନୁକମ୍ପା ଦେଖାଉଥିବା ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ବହିଦାର ଅଭିଯୋଗ ଆଣିଛନ୍ତି।ରୁମ ନଂ ୧୧୫ ରେ ରଣନୀତି ପ୍ରସ୍ତୁତ ହେବା ସହ ବିଭିନ୍ନ ବ୍ୟବସାୟୀ ଓ ବିଭିନ୍ନ ଠିକାଦାର ଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ବଲାଙ୍ଗିର ଏସ ପି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।