-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ରାଜନୀତି

ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର, ମିଡିଆ ଓ ବିଜେପି ଉପରେ ଖୁବବର୍ଷିଲେ,ବିଜେଡି ଉପରେ ଚୁପ ,ମୋଦୀସରକାର ପୁଞ୍ଜିପତିଙ୍କ ପାଇଁ କାମ କରୁଛି-ରାହୁଲ

15-May-2024



ବଲାଙ୍ଗୀର, ଓଡିଶାରେ ଦ୍ୱିତୀୟପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୫ଦିନ ବାକି ଥିବା ବେଳେ ଆଜି କଂଗ୍ରେସ ଦଳର ବଡନେତା ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସି ସାଲେପୁର ଓ ବଲାଙ୍ଗୀର ନିର୍ବାଚନମଣ୍ଡଳିରେ କଂଗ୍ରେସ ପ୍ରାର୍ଥିଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ତେବେ ସାଲେପୁରରେ ରାହୁଲ ରାଜ୍ୟ ସରକାରରେ ଥିବା ବିଜେଡିସରକାର ବିରୁଦ୍ଧରେ ବର୍ଷିଥିବା ବେଳେ ବଲାଙ୍ଗୀର ସଭାରେ ସଂପୂର୍ଣ୍ଣ ନୀରବ ରହିଥିଲେ । ବଲାଙ୍ଗୀରରେ ରାହୁଲ ମିଡିଆ ଓ କେନ୍ଦ୍ରସରକାରେ ଥିବା ବିଜେପିଦଳ ଉପରେ ଖୁବବର୍ଷିଥିଲେ । ବିଜେପି ଚଳିତ ୨୦୨୪ରେ ସରକାରକୁ ଆସିଲେ ସମ୍ବିଧାନକୁ ପରିବର୍ତ୍ତନ କରିବ । ସମ୍ବିଧାନ ଆଜି ବିପଦରେ ରହିଛି । ମହାତ୍ମାଗାନ୍ଧୀ, ବାବାସାହେବ ଆମ୍ବେଦକର କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇଦେବାକୁ ସମ୍ବିଧାନକୁ ପରିବତ୍ତର୍ତ୍ତନର ଷଡଯନ୍ତ୍ର କରାଯାଉଛି l ଦଳିତ ଆଦିବାସୀ ଦେଶରେ ପଛୁଆବର୍ଗ ଓବିସି,ଦଳିତ ଓ ଆଦିବାସୀ ନ୍ୟାୟ ପାଉନାହାଁନ୍ତି । ଆଜି ପର୍ଯ୍ୟନ୍ତ ଜାତିଗତ ଜନଗଣନା କରାଯାଉନାହିଁ । କେଉଁବର୍ଗର କେତେ ଚାକିରିଆ ରହିଛନ୍ତି ତାହା ସ୍ପଷ୍ଟ କରାଯାଉନାହିଁ । ମୋଦୀ ସରକାର ଦେଶବାସୀଙ୍କ ବଦଳରେ

କେବଳ ୨୨ଜଣ ପୁଞ୍ଜିପତି ଆଦାନୀ-ଆମ୍ବାନୀଙ୍କ ପାଇଁ କାମକରୁଛନ୍ତି । ସାଧାରଣ ଜନତା ଦେଉଥିବା ଟେକ୍ସ ପଇସାରୁ ସେହି ୨୨ଜଣ ପୁଞ୍ଜିପତିଙ୍କର ୧୬ଲକ୍ଷ କୋଟି ଟଙ୍କାର ଋଣ ଛାଡ କରାଯାଇଛି ବୋଲି ଅଭିଯୋଗ ଉଠାଇଥିଲେ । ମୋଦୀଙ୍କ କାର୍ଯ୍ୟାଳୟରେ ୯୦ଜଣ ଉଚ୍ଚବର୍ଗର ଅଧିକାରୀ ରହିଛନ୍ତି ଓ ସେମାନେ ମୋଦୀସରକାରଙ୍କ ନିସ୍ପତ୍ତି ନେଉଛନ୍ତି । କେବଳ ସେତିକି ନୁହେଁ ଦେଶର ମିଡିଆ ଉପରେ ମଧ୍ୟ ରାହୁଲ ଖୁବବର୍ଷିଥିଲେ । ମିଡିଆ ଆଜି ଆଦାନୀ ଆମ୍ବାନୀଙ୍କ ଭଳି କର୍ପୋରେଟ ହାଉସ ଦ୍ୱାରା ପରିଚାଳିତ ହେଉଛି ଓ ସେଥିପାଇଁ ସେମାନେ ମୋଦୀଙ୍କ କାର୍ଯ୍ୟକ୍ରମରେ ବ୍ୟସ୍ତ ରହି ସାଧାରଣ ନାଗରିକଙ୍କ ସମସ୍ୟାକୁ ଦେଖାଉନାହାଁନ୍ତି ବୋଲି କହିଥିଲେ । ଦେଶର ୯୫% ଦଳିତ, ଆଦିବାସୀ,ସଂଖ୍ୟାଲଘୁ ବର୍ଗର ଯୁବକ ଚାକିରି ପାଉନଥିବା ବେଳେ ମିଡିଆ ହାଉସର ମେନେଜରିଆଲ ପୋଷ୍ଟରେ କେବଳ ଉଚ୍ଚବର୍ଗର ଲୋକ ରହିଛନ୍ତି ବୋଲି କହିଥିଲେ । ତେଣୁ ଆଗକୁ ଦେଶବାସୀ ଏକ ବଡ ପରିବର୍ତ୍ତନ ଚାହୁଁଛନ୍ତି ଓ ଆସନ୍ତା ଜୁଲାଇ ୪ ତାରିଖରେ ଦେଶରେ ଇଣ୍ଡିମେଣ୍ଟ ସରକାର ଗଢିବ ବୋଲି ରାହୁଲ ଦୃଢୋକ୍ତି ପ୍ରକାଶ କରିଥିଲେ । ରାହୁଲ ତାଙ୍କ ବକ୍ତବ୍ୟରେ ଆହୁରି କହିଲେ ଯେ,ଦେଶରେ ଅନେକ ସରକାରୀ ଉଦ୍ୟୋଗ ବିକ୍ରୀ ହୋଇଯାଇଛି ଓ ଯୁବକମାନେ ଚାକିରି ହରାଇ ଥିବା କାରଣରୁ ବେରୋଜଗାରୀ ବଢିଛି । ଆଗକୁ ଦେଶରେ ଇଣ୍ଡିମେଣ୍ଟ ସରକାର ଆସିଲେ ପ୍ରଥମକରି ଜାତିଜନଗଣନା କରାଇବେ, ଦେଶରେ ଗରୀବମାନଙ୍କ ଏକ ତାଲିକା ପ୍ରସ୍ତୁତକରି ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମାସକୁ ୮୫୦୦ ଟଙ୍କା ଲେଖାଏଁଦେଇ ଗୋଟିଏ ବର୍ଷ ଭିତରେ କୋଟିଏ ଲକ୍ଷପତି ତିଆରି

କରିବେ,କୃଷିଋଣ ଓ ଏସଏଚଜି ଋଣଛାଡ କରାଯିବ,ଚାଷିଙ୍କ ଉତ୍ପାଦିତ ଧାନର ଉଚିତ ସହାୟକମୁଲ୍ୟ ପ୍ରଦାନ କରିବେ, ମନରେଗା ଶ୍ରମିକଙ୍କ ମଜୁରି ଦୈନିକ ୪୦୦ଟଙ୍କାକୁ ବୃଦ୍ଧି, ଖାଲିଥିବା ୨୦ଲକ୍ଷ ଚାକିରି ଦେବା ତଥା ବେରୋଜଗାର ଯୁବକମାନଙ୍କୁ ମାସିକ ୮୫୦୦ ଟଙ୍କା ଲେଖାଏଁ ଦେବାକୁ ରାହୁଲ ଘୋଷଣା କରିଥିଲେ । ଆଜି ରାହୁଲ ପ୍ରାୟ ଦିନ ୧୨ଟାରେ ମନୋହରପୁର ହେଲିପେଡରେ ଓହ୍ଲାଇଥିଲେ । ସେଠାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ,ବଲାଙ୍ଗୀର କଂଗ୍ରେସପ୍ରାର୍ଥି ସମରେନ୍ଦ୍ର ମିଶ୍ର,କଂଗ୍ରେସର ବରିଷ୍ଠନେତା ଭକ୍ତଚରଣ ଦାସ, ବଲାଙ୍ଗୀର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ମନିଷ ମିଶ୍ର, ସେବାଦଳମୁଖ୍ୟ ଅସୀତ ମିଶ୍ର, ଉମାଶଙ୍କର ପଣ୍ଡା ରାହୁଲଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସେଠାରୁ କଂଗ୍ରେସ କର୍ମିମାନେ ଏକ ବିଶାଳ ମୋଟରସାଇକେଲ ରାଲିରେ ମନୋହରପୁର ଛକରୁ କୋସଳକଳାମଣ୍ଡଳ ପଡିଆ ପର୍ଯ୍ୟନ୍ତ ରାହୁଲଙ୍କୁ ଆଣିଥିଲେ । କୋସଲକଳାମଣ୍ଡଳ ପଡିଆଠାରେ ଆୟୋଜିତ ଜନଆଶୀର୍ବାଦ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀଙ୍କ ସହିତ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ରାଜ୍ୟକଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରୀ ଉଲାକା,ବିଧାୟକ ତାରାପ୍ରସାଦ ବାହିନୀ ପତି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂସାଲୁଜା, ବଲାଙ୍ଗୀର ବିଧାୟକ ପ୍ରାର୍ଥି ସମରେନ୍ଦ୍ର ମିଶ୍ର,ପାଟଣାଗଡ ବିଧାୟକ ପ୍ରାର୍ଥି ଅନିଳ ମେହେର,ଟିଟିଲାଗଡ ବିଧାୟକ ପ୍ରାର୍ଥି ବୀରେନ୍ଦ୍ର ବାଗ, ଲୋଇସିଂହା ବିଧାୟକ ପ୍ରାର୍ଥି ଓମପ୍ରକାଶ କୁମ୍ଭାର, ସୋନପୁର ବିଧାୟକ ପ୍ରାର୍ଥି ପ୍ରୀୟବ୍ରତ ସାହୁ, ବୀରମହାରାଜପୁର ବିଧାୟକ ପ୍ରାର୍ଥି ପ୍ରଦୀପ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ବଲାଙ୍ଗୀର କଂଗ୍ରେସ ସାଂସଦ ପ୍ରାର୍ଥି ମନୋଜ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଭାପତି ଅଶୋକ ନନ୍ଦ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like