-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
10-May-2024
ଖରୀଆର(ରାମନାଥ ପଣ୍ଡା): ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଓଲିଉଡ ତାରକା ସବ୍ୟସାଚୀ ମହାପାତ୍ର ଓ ଅର୍ଚ୍ଚିତା ବିଜୁ ଜନତା ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । କଳାହାଣ୍ଡି ଲୋକସଭା ବି ଜେ ଡି ଦଳୀୟ ପ୍ରାର୍ଥୀ ଲମ୍ବୋଦର ନିଆଲ ଏବଂ ଖଡିଆଳ ବିଧାନସଭା ବିଧାୟକ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଙ୍କ ପ୍ରଚାର ନେଇ ଓଲିଉଡ ତାରକା ଆସି ଆଜି ଖଡିଆଳ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମ ବୁଲିବା ପରେ
ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ କରିଛନ୍ତି।ସବ୍ୟସାଚୀ ମହାପାତ୍ର ଏବଂ ଅର୍ଚ୍ଚିତା ଦୁଇ ଜଣ ବିଶାଲ ମୋଟର ସାଇକେଲ ରାଲି ରେ ଯୋଗ ଦେଇ ବିଜେଡି ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ମାଗିଥିଲେ।ଖରୀଆର, ବୋଡ଼େନ ଓ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଭୋଟର ମାନଙ୍କୁ ବିଧାୟକ ପ୍ରାର୍ଥୀ ଅଧିରାଜ ଓ ଲୋକସଭା ପ୍ରାର୍ଥୀ ଲମ୍ବୋଦରଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ ।