-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
29-Apr-2024
ଟିଟିଲାଗଡ(ପ୍ରେରଣା ଖବର ): ଉତ୍ତପ୍ତ ସହର ଟିଟିଲାଗଡର ତାତିକୁ ଅତିକ୍ରମ କରିଛି ନିର୍ବାଚନୀ ତାତି।ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ଦଳୀୟ ପ୍ରାର୍ଥୀ ମାନଙ୍କ ପ୍ରଚାର ପ୍ରସାର ଜୋର୍ ଧରିଥିବା ବେଳେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି।ଟିଟିଲାଗଡ ବିଧାନସଭା ବିଜେପି ପ୍ରାର୍ଥୀ ନବୀନ ଜୈନ ନିଜ ହଜାର ହଜାର ସମର୍ଥକ ଙ୍କ ସହ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଲକର ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ସମର୍ଥକ ଆସି ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ଏକତ୍ରିତ ହୋଇଥିଲେ। ସହରର ଆରାଧ୍ୟ ଦେବୀ ମା ଘଣ୍ଟାଶୁଣି ଙ୍କ ଆଶୀର୍ବାଦ ନେଇ ଶ୍ରୀ ଜୈନ ନିଜ ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଟିଟିଲାଗଡ ନିର୍ବାଚନ ଅଧିକାରୀ ରେହାନ ଖେତ୍ରି ଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।କାର୍ଯ୍ୟକ୍ରମରେ ଶ୍ରୀ ଜୈନ ଙ୍କ ସହ ଜିଲ୍ଲା ସଭାପତି ଶିବାଜି ମହାନ୍ତି, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅନିଲ ନାୟକ, ପୂର୍ବତନ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା,ମହେନ୍ଦ୍ର ଠାକୁର,ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନର୍ସିଂ ସିଂ, ପୂର୍ବତନ ନଗରପାଲ ଶୁଭ୍ରାଂଶୁ ଦାସ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ପ୍ରମୁଖ ଙ୍କ ସହ ବହୁ ଦଳୀୟ ପଦାଧିକାରୀ ଓ ସମର୍ଥକ ଉପସ୍ଥିତ ଥିଲେ।