-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
29-Apr-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)
ରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟତର ଅଧିକାଂଶ ସ୍ଥାନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ରେ ଶ୍ରମିକ ବଦଳରେ ମେସିନ ଲଗାଇ କାର୍ଯ୍ୟ କରି ସିଧା ସଳଖ ଟଙ୍କା ଉଠାଣ କରି ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହେଉଥିବା ବେଳେ ପ୍ରଶାସନିକ ତଦନ୍ତ ଅଭାବରୁ ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି
ଦୁର୍ନୀତି ସାଙ୍ଗକୁ ଅନେକ କ୍ଷେତ୍ରରେ ଉପଯୁକ୍ତ ସ୍ଥାନ ଚିହ୍ନଟ ହୋଇ ନ ଥିବା ଯୋଗୁଁ ଅନାବଶ୍ୟକ ସ୍ଥଳରେ କାର୍ଯ୍ୟ ହୋଇ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ। ସୂଚନା ଅନୁଯାୟୀ ରାଇଘର ବ୍ଲକର ପାରୁଆ ପଞ୍ଚାୟତ ଠାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅନେକ କାର୍ଯ୍ୟ ହୋଇଥିବାବେଳେ ଅଧିକାଂଶ କାର୍ଯ୍ୟରେ ମେସିନ ବ୍ୟବହାର ନେଇ ଅଭିଯୋଗ ଆସିଥିଲା କିନ୍ତୁ ଏଥିପ୍ରତି ପ୍ରଶାସନ ତରଫରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନ ଥିବାବେଳେ ବର୍ତ୍ତମାନ ଉକ୍ତ ପଞ୍ଚାୟତର କୋଟପାରା ଗ୍ରାମରେ ଖେଳ ପଡିଆ ନିର୍ମାଣ ନିମନ୍ତେ ୨ ଲକ୍ଷ ଟଙ୍କା ବ୍ୟୟ ବରାଦ
ହୋଇଥିବା ଉଲ୍ଲେଖ ରହିଛି । ଫଳକ ରେ ସୂଚନା ଅନୁଯାୟୀ ୧.୧୦, ୨୦୨୩ ରୁ କାର୍ଯ୍ୟ ଆରମ୍ଭ ହୋଇ ୩୧.୩.୨୦୨୪ ରିଖ କାର୍ଯ୍ୟ ଶେଷ ହୋଇଛି ବୋଲି ଉଲ୍ଲେଖ ରହିଛି।
କିନ୍ତୁ ଏଇଠି କୌଣସି କାର୍ଯ୍ୟ ହୋଇ ନାହିଁ ଏହି ଅର୍ଥ ହଡପ କରିବାକୁ ଯୋଜନା ଚାଲିଥିବା ଆଲୋଚନା ହେଉଛି। ଏଠାରେ ପଡ଼ିଆ ବୋଲି କିଛି ନଥିବାବେଳେ ଯେଉଁଠି ସୂଚନା ଫଳକ ଲଗାଯାଇଛି ଏହାର ଉଭୟ ପାର୍ଶ୍ବରେ ଜଙ୍ଗଲ ରହିଛି । ତେଣୁ ପଡିଆ ନିର୍ମାଣ କେଉଁଠି ହେବ ପଡିଆ ପାଇଁ ମୂଲ୍ୟବାନ ଗଛ କାଟିବାକୁ ପଡିବ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି