-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Apr-2024
ବଲାଙ୍ଗିର(ପ୍ରେରଣା ଖବର)_ରାଜ୍ୟ ତଥା ଦେଶ ର ଉତ୍ତପ୍ତ ଅଞ୍ଚଳ ଭାବରେ ପରିଚିତ ଟିଟିଲାଗଡ ଉପଖଣ୍ଡ ରେ ପାନୀୟ ଜଳ ଯୋଗାଣ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପାରଦ ବୃଦ୍ଧି ସାଙ୍ଗ କୁ ଜଳ କଷ୍ଟ ଅଞ୍ଚଳ ବାସି ଙ୍କ ପ୍ରତି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି।ରାଜ୍ୟ ତଥା କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ସଂପୃକ୍ତ ବିଭାଗ ଓ ବିଭାଗୀୟ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଅଞ୍ଚଳ ବାସି ମୌଳିକ ସୁବିଧା ପାଇବା ରୁ ବଞ୍ଚିତ ହେଉଛନ୍ତି।ସଇଁତଳା ଓ ଟିଟିଲାଗଡ ବ୍ଲକ ର ସମୁଦାୟ ୨୫ ଟି ଗାଁ କୁ ପାନୀୟ ଜଳ ଯୋଗାଣ ପାଇଁ ୩୮ କୋଟି ଟଙ୍କା ବ୍ୟୟ ବରାଦ ରେ ଆରମ୍ଭ ହୋଇଥିବା ସଇଁତଳା ଟିଟିଲାଗଡ ମେଗା ପ୍ରୋଜେକ୍ଟ ଲକ୍ଷ୍ୟ ଚ୍ୟୁତ ହୋଇଥିବା ଦେଖିବାକୁ ମିଳିଛି।ସଇଁତଳା ବ୍ଲକ ର ୧୮ ଟି ଟିଟିଲାଗଡ ବ୍ଲକ ର ୭ ଟି ସମୁଦାୟ ୨୫ ଟି ଗ୍ରାମ ରେ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟ ନେଇ ୨୦୧୬ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୮ ରେ ସମ୍ପୂର୍ଣ ହେବା କୁ ଥିବା ବେଳେ ଏ ଯାଏ ଏହା ସମ୍ପୂର୍ଣ ହୋଇ ପାରି ନାହିଁ।ଏହି ପ୍ରକଳ୍ପ କୁ ୨ ବର୍ଷ ପୂର୍ବରୁ ଖୋଦ୍ ମୁଖ୍ୟମନ୍ତ୍ରୀ ଉଦଘାଟିତ କରିସାରିଥିବା ବେଳେ ସଂପୃକ୍ତ ଠିକା କମ୍ପାନୀ ଏ ଯାଏ ଏହାକୁ ସମ୍ପୂର୍ଣ କରି ପାରି ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ନିର୍ଦ୍ଧାରିତ ଅବଧି ସମାପ୍ତ ହୋଇଥିବା ବେଳେ ସଂପୃକ୍ତ ଠିକା ସଂସ୍ଥା କୁ ଇ ଓ ଟି ଦିଆଯାଇଛି କି ନାହିଁ ତାହା ତଦନ୍ତ ସାପେକ୍ଷ୍ୟ।ତେବେ ଏହି ପ୍ରକଳ୍ପ ଅନ୍ତର୍ଗତ କେତେକ ଗ୍ରାମ କୁ ଆଦୌ ଜଳ ଯୋଗାଣ ହୋଇ ନ ଥିବା ବେଳେ ଘୁମସର, ଶିଶକେଲା, ବିଜେପୁର ଆଦି ଗ୍ରାମ କୁ ନିୟମିତ ଜଳ ଯୋଗାଣ ହୋଇପାରୁ ନାହିଁ।ଘଟଣା କୁ ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏସଡିଓ ଓମପ୍ରକାଶ ଦେହୁରୀ ଙ୍କୁ ଯୋଗାଯୋଗ କରାଯିବାରୁ ସେ ଫୋନ ଉଠାଇ ନଥିଲେ l ତେଣୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ l ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷପ ନେବାକୁ ଜନସାଧାରଣ ରେ ଦାବି ହେଉଛି l