-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
24-Apr-2024
ଖୋର୍ଦ୍ଧା :(ସମୀର ରଞ୍ଜନ ନାୟକ )ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ ଙ୍କ ଶୋଭାଯାତ୍ରା ପୂର୍ବରୁ ମାଭଗବତୀଙ୍କ କରୁଣାଭିକ୍ଷା ନିମିତ୍ତ ବାଣପୁରର ବିଷର ପାଟଣା ଠାରୁ ଦଳର କର୍ମୀମାନଙ୍କ ସହ ଚାଲିଚାଲି ଆସିବା ସମୟର ଏ ଦୃଶ୍ୟ ।ରାସ୍ତାରେ ଅନେକ ଲୋକ ପୁଷ୍ପମାଲ୍ଯ ଦେଇ ତାଙ୍କୁ ସ୍ବାଗତ କରିଥିଲେ।ଏହି ପଦଯାତ୍ରାରେ ନିର୍ବାଚନ ମଣ୍ଡଳୀର ସମସ୍ତ ତୁଙ୍ଗ ନେତା ଏକତ୍ର ରଘୁନାଥଙ୍କ ସହ ମାଭଗବତୀଙ୍କ ଦର୍ଶନରେ ଭାଗ ନେଇଥିଲେ। ଚାଲିବାରେ ଅନେକ କଷ୍ଟ ଥିଲେ ମଧ୍ଯ କର୍ମୀଙ୍କ ସହ ଚାଲିବା ଏବଂ ରାସ୍ତାରେ ଅଟକି ବନ୍ଧୁମାନଙ୍କ ସହ କରମର୍ଦ୍ଦନ କରିବା ସହିତ ଶଙ୍ଖଧ୍ବନିକୁ ନବୀନ ନବୀନ ଧ୍ବନିରେ ସହର ପ୍ରକମ୍ପିତ କରିବାର ଖୁସି ପ୍ରତ୍ୟେକଙ୍କ ମୁହଁରୁ ବାରିହୋଇପଡୁଥିଲା।ଏହି ବସରେ ଵୀ ଜେ ଡି ନେତା ଉକ୍ତ ଶୋଭାଯାତ୍ରା ନବୀନ ପଟ୍ଟନାୟକ, ଜିନ୍ଦାବାଦ ରଘୁନାଥ ସାହୁ ଜିନ୍ଦାବାଦ,ମାନସ ମଙ୍ଗରାଜ, ଅରୁପ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନଦେଇଥିଲେ