-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
23-Apr-2024
ତୁରେକେଲା (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲାର ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ବେଶ୍ ପରିଚିତ ଶ୍ରୀ ରମାକାନ୍ତ ସାହୁ ।ସେ ଗତ ତିନିବର୍ଷ ଧରି ଖପ୍ରାଖୋଲ ଥାନା ରେ ଯୋଗଦାନ କରି ଅନେକ ଖ୍ୟାତି ଅର୍ଜ୍ଜନ କରିପାରିଛନ୍ତି।ସେ ଯେଉଁଠି ରୁହନ୍ତି ସେଠାରେ ବେଆଇନ କାରବାର ଓ ଅପରାଧୀକ ମାମଲା ଘଟାଇବା ପାଇଁ ଶହେ ଥର ଭାବିଥାନ୍ତି। ବର୍ତ୍ତମାନ ସେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧିକାରୀ ଭାବେ ଯୋଗଦେବା ପରେ ଶତାଧିକ ମଦ ବେପାରୀ କୁ ସାବାଡ କରିଥିବା ବେଳେ ଆହୁରି ବିଭିନ୍ନ ଅପରାଧିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛନ୍ତି। ଏବଂ ସେ ଦୁଇ ଥର ବଡ଼ ବଡ଼ କରେକ୍ସ ବେପାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମାଲିମୁଣ୍ଡା ଗାଁ ର ରାଜେଶ କୁମାର ମେହେର ଅନେକ ଦିନରୁ କଫ ସିର୍ଫ ବେପାର ଚଲାଇ ଆସୁଥିବା ବେଳେ ବେଲପଡା ପୋଲିସ ର ଅପରାଗତ ଯୋଗୁଁ ସେ କେବେ ଧରାପଡୁନଥିଲେ।ସେ ଧିରେଧିରେ କଫ ସିରଫ ବେପାର ର କାୟା ବିସ୍ତାର କରିଥିଲେ କିନ୍ତୁ ଚୋର ଯେତେ ଚାଲାଖ ହେଲେ ବି ଦିନେ ନାଁ ଦିନେ ନିଶ୍ଚୟ ଧରାପଡିଥାଏ । ରବିବାର ଦିନ ସନ୍ଧ୍ୟାରେ ତୁରେକେଲା ଥାନା ରାମୋଡ ଗାଁ କୁ କଫ ସିରଫ ରପ୍ତାନି କରୁଥିବା ବେଳେ ତୁରେକେଲା ଥାନା ଅଧିକାରୀ ରମାକାନ୍ତ ଙ୍କ ହାବୁଡ଼ରେ ପଡ଼ିଥିଲା ଏବଂ ରାଜେଶ ଠାରୁ ୪୫୦ ବୋତଲ ଜବତ କରିଥିବା ବେଳେ ସୋମବାର ଦିନ ତୁରେକେଲା ଥାନା କେଶ୍ ନମ୍ବର ୧୧୧/୨୪ ରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି। ରମାକାନ୍ତ ସାହୁଙ୍କ ଭଳି ନିର୍ଭିକ ଓ ସାହାସୀ ଥାନା ଅଧିକାରୀ ପାଇ ଅଞ୍ଚଳର ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।