-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
22-Apr-2024
(ମିହିର ଶଙ୍କର ପାତ୍ର,)
ଘୋଡାଖୁଣ୍ଟା ରେ ମହିମା ସମାଜ ର ଧୂନୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି। ଗତ ୨୦ ତାରିଖ ରୁ ଆରମ୍ଭ ହୋଇ ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ ତାରିଖରେ ସମାପ୍ତ ହେବ । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମ ଅବଧୂତ କିଶୋର ଚନ୍ଦ୍ର ବାବା, ଡମ୍ବରୁ ବାବା, ସୌଭାଗ୍ୟ ବାବା, ବାସୁଦେବ ବାବା ଅନାଦି ବାବା, ଯଦୁମଣୀ ବାବା, ଗୋବର୍ଦ୍ଧନ ବାବା ଏବଂ ଋଷି ଦାସ ବାବା ଯୋଗଦାନ କରିଥିଲେ। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଧନସିଂ ଭତ୍ରା ଏବଂ ଅନ୍ୟମାନେ ସକାଳେ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ସ୍ଥଳେ, ଆଜି ସନ୍ଧ୍ୟାରେ ଡାବୁଗାଁ ବିଜେପି ସଭାପତି ଜେ ରାଜଶେଖର ରାଓ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର ଏବଂ ଅନ୍ୟମାନେ ଯୋଗଦାନ କରିଥିଲେ