-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
24-Dec-2020
ଭୁବନେଶ୍ୱର:(ଶୁଭାଶିଷ ନାଏକ)କଟକକୁ ଅପମିଶ୍ରଣର ଗନ୍ତାଘର କୁହାଯାଉଥିବା ବେଳେ ଏବେ ନିଶା କାରବାରର ଗନ୍ତାଘର ଘର ସାଜିଛି ରୌପ୍ୟ ନଗରୀ । ଯାହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବର୍ତ୍ତମାନ ସବୁଠାରୁ ବଡ଼ କଥା ହେଲା ନକଲି ସାମଗ୍ରୀ ଜବତ ହେବା ପରେ ଏବେ ସାମ୍ନାକୁ ଆସିଛି ବ୍ରାଉନ ସୁଗାର କାରବାର । ଆଜି କଟକରେ ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗର୍ ପୋଲିସ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ନିଶା ମେଡିସିନ୍ ସହ ଏହି ବ୍ରାଉନ୍ ସୁଗର୍ ବିକ୍ରି ହେଉଥିଲା । ଏଥିରେ ସମ୍ପୃକ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସର କହିବା ଅନୁସାରେ ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟ ରୁ ୩ ଜଣ ବେପାରୀ , ୨ ଜଣ ମେଡ଼ିସିନ ଦୋକାନୀ ଓ ଜଣେ ଯୁବକ ଏଥିରେ ସାମିଲ ଥିଲେ ।
ସେପଟେ ଏହି ବ୍ରାଉନ୍ ସୁଗର୍ ବିକ୍ରି ଅଭିଯୋଗରେ ଦୁଇଜଣ ମେଡିସିନ୍ ଦୋକାନୀ ସମ୍ପୃକ୍ତ ଥିବାରୁ ଏବେ ପୋଲିସର ନଜର ଅନ୍ୟ ମେଡିସିନ୍ ଦୋକାନ ଉପରେ ରହିଛି ।ଏନେଇ ଏବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।