-+91-9937148622 |
prerana_bgr@rediffmail.com |
Saturday 13th June 2026 |
R.N.I. Regd No. ODIODI/2010/46693
Breaking News
24-Dec-2020
ସଇଁତଳା, (ମହେନ୍ଦ୍ର ଦର୍ଜି) - ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ ଭଦ୍ରା ପଞ୍ଚାୟତ ଅଧୀନସ୍ଥ ମହଗାଁ ଠାରେ ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ଜୈବିକ ପ୍ରଣାଳୀରେ କପା ଚାଷ ଶିବିର ଅନୁଷ୍ଠିତ ହୋଇଯାଇଛି । ରାସାୟନିକ ସାର ପ୍ରୟୋଗ ର କୁପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯଦ୍ୱାରା ଚାଷୀର ଚାଷ ଓ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ । ଏଣୁ ଏଭଳି କୁପ୍ରଭାବରୁ ବଞ୍ଚିବା ତଥା ମୃତ୍ତିକାକୁ ବଞ୍ଚାଇବା ପାଇଁ କପାରେ ଜୈବିକ ସାର ଉପଯୋଗ ଉପରେ ଏକ ଶିବିର ସଇଁତଳା କୃଷି ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି । ମହଗାଁ ଠାରେ ୧୦ ହେକ୍ଟର ଜମିରେ ଜୈବିକ ପ୍ରଣାଳୀରେ କପା ଚାଷ ପ୍ରଦର୍ଶନ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା । ଏହି ଶିବିରରେ କେ ବି କେ ବୈଜ୍ଞାନିକ ଆଶିଷ ଦାସ, ସଇଁତଳା ବି ଏ ଓ ଚିତ୍ତରଞ୍ଜନ ଶତପଥୀ, ଟିଟିଲାଗଡ ଏ ଏ ଓ ନିଶାନ୍ତ ଦାସ, ଶିବ ନାଗ ଏବଂ ଭଦ୍ରା ପଞ୍ଚାୟତର ଭି ଏ ଡବ୍ଲୁ ସବନମ ବେଗମ୍ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । କରମତଲା VAW ବିପିନ୍ କୁମାର ଦଳାଇ ଶିବିର ସୁଚାରୁ ରୂପେ ପରିଚାଳନା ପାଇଁ ସାହାଯ୍ୟ କରିଥିଲେ । ଏହି ଶିବିରରେ ଅନେକ ଚାଷୀ ଯୋଗଦାନ କରି ଜୈବିକ ପ୍ରଣାଳୀରେ କପା ଚାଷର ଉପଯୋଗ ସମ୍ପର୍କରେ ଅବଗତ ହୋଇଥିଲେ ।